ସମୁଦ୍ର ସ୍ନାନ ସମୟରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ।

ସମୁଦ୍ର ସ୍ନାନ ସମୟରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ। ଭଲକରି ଦେଖନ୍ତୁ ଏ LIVE RESCUE VISUAL କୁ। କିଭଳି ଭାବରେ ଲାଇଫଗାର୍ଡ ମାନେ ଦେବଦୂତ ସାଜି ଗଭୀର ସମୁଦ୍ର ଭିତରକୁ ଲମ୍ଫ ମାରି ଜଣେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି। ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶପ୍ରଗଣାର ୫୧ ବର୍ଷୀୟ ସୁଜିତ୍ ସେନ। ।ସୁଜିତ୍ ସେକ୍ଟର ୯ ନମ୍ବର ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ସହ ବଡ ଲହଡି ମାଡରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଅନ୍ୟ ପର୍ଯ୍ୟଟକ ମାନେ ଏହା ଦେଖି ଲାଇଫଗାର୍ଡଙ୍କୁ ଖବର ଦେବାପରେ ସରକାରୀ ଲାଇଫଗାର୍ଡ ମାନେ ଗଭୀର ସମୁଦ୍ରକୁ ଯାଇ ଉକ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତେବେ ପୁରୀ ବେଳାଭୂମିରେ ଏଭଳି ଉଚ୍ଚ ଲହଡି ମାଡ ଓ ରିପ୍ କରେଣ୍ଟ ଯୋଗୁଁ ପର୍ଯ୍ୟଟକ ମାନେ ପ୍ରତ୍ୟକଦିନ ଗଭୀର ସମୁଦ୍ର ଭିତରକୁ ଚାଲିଯାଉଥିବାରୁ ଲାଇଫଗାର୍ଡଙ୍କ କଥା ମାନି ସୁରକ୍ଷିତ ସ୍ନାନ କରିବ ଉଚିତ ବୋଲି ମତ ପ୍ରକାଶ ପାଇଛି। ସେପଟେ ଉଦ୍ଧାର ପର୍ଯ୍ୟଟକଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *