ଶ୍ରୀମନ୍ଦିର ସେବାୟତ ସମାଜକୁ ସୋସିଆଲ ମିଡ଼ିଆରେ ବିନା କାରଣରେ ବଦନାମ କରିବା ନେଇ ସିଂହଦ୍ଵାର ଥାନାରେ ଏତଲା

ଶ୍ରୀମନ୍ଦିର ସେବାୟତ ସମାଜକୁ ବିନା କାରଣରେ ବଦନାମ କରିବା ତଥା ସୋସିଆଲ ମିଡିଆର ଅପବ୍ୟବହାର କରି ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପ୍ରତି ଭୁଲ ତଥ୍ୟ ପ୍ରଦାନ କରିବା ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା। ସୋସିଆଲ ମିଡିଆ influencer ଶ୍ରୀ ଅରବିନ୍ଦ ଦେବଙ୍କ ନାମରେ ସିଂହଦ୍ଵାର ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ସେବାୟତ।କୌଣସି ସଠିକ ତଥ୍ୟ ବିନା, କେବଳ ନିଜର ଆର୍ଥିକ ଲାଭ ପାଇଁ ଶ୍ରୀମନ୍ଦିରକୁ ଵଦନାମ କରୁଥିବା ଏତାଲାରେ ଦର୍ଶାଯାଇଛି। ଅରବିନ୍ଦ ଦେବ ଶ୍ରୀମନ୍ଦିରରେ ଦର୍ଶନ ସମ୍ପର୍କରେ ବିଭିନ୍ନ ଭିଡିଓ କରି ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି। ଏହାଦ୍ୱାରା ସମାଜରେ ଓ ବିଶ୍ୱ ସମୁଦାୟ ଆଗରେ ଶ୍ରୀମନ୍ଦିର ପରିଚାଳନା ପ୍ରତି ଭୁଲ ଭାବ ସୃଷ୍ଟି ହେଉଛି। ଅରବିନ୍ଦ ଦେବ ନିଜକୁ “influencer” କହି କୌଣସି ସଠିକ ତଥ୍ୟ ବିନା ଓ ଭୁଲ ତଥ୍ୟ ଦେଇ 10 ଲକ୍ଷରୁ ଅଧିକ ଫଲୋୱର୍ସ ବଢାଇ ସୋସିଆଲ ମିଡିଆର ଅପପ୍ରଚାର କରୁଛନ୍ତି। ନିଜର ଲୋକପ୍ରିୟତା ବଢାଇବା ପାଇଁ କାଳ୍ପନିକ ସମାଚାର ପ୍ରଚାର କରି ସମାଜରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ତେଣୁ ଅରବିନ୍ଦ ଦେବ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସେବାୟତ। ବାଇଟ୍-ଜଗନ୍ନାଥ ପୂଜାପଣ୍ଡା, ପରିଚାଳନା କମିଟିର ସଦସ୍ୟ l

Leave a Reply

Your email address will not be published. Required fields are marked *