ଜଗନ୍ନାଥ ମ୍ୟାଗ୍ନେସିୟମ୍ ସଲଫେଟ୍ ସାର ବଜାର ପ୍ରବେଶ

ଜଗନ୍ନାଥ ମ୍ୟାଗ୍ନେସିୟମ୍ ସଲଫେଟ୍ ସାର ବଜାର ପ୍ରବେଶ # ଜମିକୁ ଯୋଗାଇବ ବଳ# ସଫଳ ଚାଷୀଙ୍କୁ ସମ୍ବର୍ଧନା କୋଣାର୍କ,୨୬.୦୬- ଜଗନ୍ନାଥ ବ୍ରାଣ୍ଡ କମ୍ପାନୀ ଦ୍ଵାରା ପ୍ରସ୍ତୁତ ମ୍ୟାଗ୍ନେସିୟମ୍ ସଲଫେଟ୍ ସାର କୋଣାର୍କରେ ବଜାର ପ୍ରବେଶର ଶୁଭ ଉଦଘାଟନ ହୋଇଛି। ବିଶିଷ୍ଟ ରାଜନୀତିଜ୍ଞ ତଥା ବାଗ୍ମୀ ସାହିତ୍ୟିକ ବାବା ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ମ୍ୟାଗ୍ନେସିୟମ୍ ସଲଫେଟ୍ ସାର ବଜାର ପ୍ରବେଶର ଶୁଭ ଉନ୍ମୋଚିତ କରିବା ସହ ସଫଳ ଚାଷୀମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ଓଡିଶା ହେଉଛି କୃଷି ଓ କୃଷକର ରାଜ୍ୟ। ଅଭାବି ସାର ସହ ଉନ୍ନତ ମାନର ଫସଲ ପାଇଁ ଏହା ବରଦାନ ସଦୃଶ୍ୟ ହେବ ବୋଲି ଶ୍ରୀ ପାଟ୍ଟଶାଣୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ, ନୂତନ ମ୍ୟାଗ୍ନେସିୟମ୍ ସାରର ନିର୍ମାତା ଜଗନ୍ନାଥ କମ୍ପାନୀର ନିର୍ଦ୍ଦେଶକ ଶ୍ରୀ ମୁକେଶ ଜୈନ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସ୍ୱାଗତ କରିଥିଲେ । ମ୍ୟାଗ୍ନେସିୟମ୍ ଧାନ ଫସଲ ପାଇଁ ଏକ ଅତ୍ୟାବଶ୍ୟକୀୟ ପୁଷ୍ଟିକର ପଦାର୍ଥ। ଏହାର ଅଭାବ ଧାନ ଗଛର ବୃଦ୍ଧିକୁ ବାଧା ଦିଏ। ଜଗନ୍ନାଥ ବ୍ରାଣ୍ଡ ମ୍ୟାଗ୍ନେସିୟମ୍ ସଲଫେଟ୍ ସାର ଧାନ ଅମଳରେ ଯଥେଷ୍ଟ ଉନ୍ନତି ଆଣିଛି। ଏହାକୁ ବ୍ୟବହାର କରିବା ପରେ, କୋଣାର୍କ ଅଞ୍ଚଳର ଚାଷୀମାନେ ପୁରୀ ଜିଲ୍ଲାରେ ଏହାର ଉପଲବ୍ଧତା ପାଇଁ ଅନୁରୋଧ କରିଥିଲେ। ବର୍ତ୍ତମାନର ସାର ଅଭାବକୁ ଦୃଷ୍ଟିରେ ରଖି, ଜଗନ୍ନାଥ କମ୍ପାନୀ କୋଣାର୍କ ଅଞ୍ଚଳର ଚାଷୀମାନଙ୍କୁ ଉପଯୁକ୍ତ ମୂଲ୍ୟରେ ମ୍ୟାଗ୍ନେସିୟମ୍ ସାର ଯୋଗାଇବାକୁ ନିଷ୍ପତ୍ତି ନେଇଥିବା ନେଇ ଶ୍ରୀ ମୁକେଶ ଜୈନ ପ୍ରକାଶ କରିଛନ୍ତି।ଏହି ଅବସରରେ ଉପସ୍ଥିତ ଚାଷୀ ଶ୍ରୀମତୀ ଲୁଲିଆ ନାୟକ, ରସାନନ୍ଦ ପ୍ରଧାନ ଏବଂ ଭରତ ଚନ୍ଦ୍ର ହାତୀ,ମ ପ୍ରମୁଖ ବ୍ୟାଖ୍ୟା କରିଥିଲେ ଯେ ସେମାନେ ଜଗନ୍ନାଥ କମ୍ପାନୀର ମ୍ୟାଗ୍ନେସିୟମ୍ ସାରକୁ ସେମାନଙ୍କ କ୍ଷେତରେ ପ୍ରୟୋଗ କରିଛନ୍ତି, ଯାହା ଉତ୍କୃଷ୍ଟ ଫଳାଫଳ ଦେଇଛି। ଏହି ସାରର ଚାଉଳ, କଦଳୀ, ନଡ଼ିଆ, କାଜୁ ଏବଂ ପନିପରିବା ଉପରେ ଆମେ ବହୁତ ଭଲ ଫଳାଫଳ ଦେଖିଛୁ। ଅଭାବ ସତ୍ତ୍ୱେ ମୁକେଶ ବାବୁ ଆମକୁ ଏହି ସାର ଯୋଗାଇ ଦେଉଥିବାରୁ ଆମେ ଖୁସି ବୋଲି ଚାଷୀ ମାନେ ମତପୋଷଣ କରିଥିଲେ। ଏହି ଅବସରରେ, ଶ୍ରୀଯୁକ୍ତ ଯୁଧିଷ୍ଠିର ସ୍ବାଇଁ, ବାପି ପଣ୍ଡା ଏବଂ ସୁବ୍ରତ ପ୍ରଧାନ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *