କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୋଷଣ ଅଭିଯାନ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୋଷଣ ଅଭିଯାନ, ୦-୬ ବର୍ଷ ଶିଶୁମାନଙ୍କର ପୃଷ୍ଟିହୀନତା ଦୂରୀକରଣ ପାଇଁ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଜୁଲାଇ ମାସ ୧ରୁ ୨୫ତାରିଖ ପର୍ଯ୍ୟନ୍ତ ପ୍ରଥମ ପଯ୍ୟା ୟ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଓଜନ ଓ ଉଚ୍ଚତା ମାପିବା ପାଇଁ ପୋଷଣ ୨.୦ ମାଧ୍ୟମ ରେ ଅଭିନବ କାର୍ଯ୍ଯକ୍ରମ ଗ୍ରହଣ କରାଯାଇଛି। “ଓଜନ ଉତ୍ସବ”ର ସଫଳରୂପାୟନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତିମୂଳକ ବୈଠକ ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ୍) ନୀଳମାଧବ ଭୋଇ ଙ୍କ ସଭାପତିତ୍ୱରେ ପୁରୀ ସ୍ଥିତ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଉପଜିଲ୍ଲାପାଳ, ରାଜକିଶୋର ଜେନା ପୁରୀ, ଅତିରିକ୍ତଜିଲ୍ଲା ଶିକ୍ଷା ଅଧିକାରୀ ପୁରୀ ଦ୍ୱିତିକାନ୍ତ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତାନୁପ୍ରଭା ବେଉରା, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି ସ୍ୱାଗତିକା ପରିଡ଼ା , DC ଓ DPA (POSHAN), ସମସ୍ତ CDPO ଏବଂ ସମସ୍ତ ସେକ୍ଟର ସୁପରଭାଇଜର ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାବ୍ୟାପୀ “ଓଜନ ଉତ୍ସବ” କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଏଥିସହିତ ସରକାରଙ୍କ ତରଫରୁ ସଂଶୋଧିତ ବଢ଼ିଥିବା ଖାଦ୍ୟ ତାଲିକା ଓ ଖର୍ଚ୍ଚ ନିୟମ ବିଷୟରେ ଅବଗତ କରାଯାଇଥିଲା ତତ୍ ସହିତ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ଓ ଜରୁରୀ ସହାୟତା ପାଇଁ ପୋଲିସ୍ ହେଲ୍ପ ଲାଇନ୍ -୧୧୨, ମହିଳା ହେଲ୍ପ ଲାଇନ୍ -୧୮୧, ଶିଶୁ ହେଲ୍ପ ଲାଇନ୍ -୧ ୦୯୮ରେ ଯୋଗାଯୋଗ କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ ଆଲୋଚନା କରାଯାଇଥିଲା
