ପୋକ ସୁଜି ଉପଜିଲ୍ଲାପାଳ ଙ୍କ ସାମ୍ନାରେ ଢ଼ାଳିଲେ ହିତାଧିକାରୀ

ପୋକ ସୁଜି ଉପଜିଲ୍ଲାପାଳ ଙ୍କ ସାମ୍ନାରେ ଢ଼ାଳିଲେ ହିତାଧିକାରୀ :-୧୨ ବର୍ଷ ହେଲା ଗଠବନ୍ଧନର ଲୁଟ୍ ! :-ପୋକ ସୁଜି ଖାଉଛନ୍ତି ଗର୍ଭବତୀ ଓ ପିଲା: ଜିଲ୍ଲାପାଳ ଜନଶୁଣାଣିରେ ପୋକ ସୁଜି ନମୁନା କାକଟପୁର:- ସରକାର ଦେଉଛନ୍ତି ପୁଷ୍ଟିକର ଖାଦ୍ୟ, ଆଉ ଅଧିକାରୀ ଓ ଟେଣ୍ଡର ନେଇଥିବା ସ୍ୱୟଂସହାୟକ ଗୋଷ୍ଠୀ ମିଶି ଖୁଆଉଛନ୍ତି ପୋକ। ଏହା ହିଁ ପୁରୀ ଜିଲ୍ଲା କାକଟପୁର ମହିଳା ଓ ଶିଶୁ ବିକାଶ ବିଭାଗର ଅସଲ ଚିତ୍ର।ସୋମବାର ଦିନ କାକଟପୁର ବ୍ଲକ ପରିସର ରେ ଚାଲିଥିବା ଜିଲ୍ଲାପାଳପୁରୀ ଙ୍କ ଜନ ଶୁଣାଣିରେ ଉପଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ, ଅଧିକାରିଣୀ ଙ୍କ ଉପସ୍ଥିତ ରେ ସୁହାଣପୁର ଗ୍ରାମର ଗର୍ଭବତୀ ହିତାଧିକାରୀ ଙ୍କ ସ୍ୱାମୀ ମଲ୍ଲିକ ଏନାମୁଲ ଉପଜିଲ୍ଲାପାଳ, ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସାମ୍ନାରେ ପୋକ ମିଶା ସୁଜି ପ୍ୟାକେଜ ଢ଼ାଳି ଦେଇ ଚିତ୍କାର କରିଥିଲେ । “ଆମ ଘରେ ପିଲା ଓ ଗର୍ଭବତୀ ଅଛନ୍ତି। ଏହି ବିଷ ଆମେ ଖାଇବୁ କେମିତି? ବର୍ଷ ବର୍ଷ ହେଲା ଅଭିଯୋଗ କରୁଛୁ, କାହା କାନରେ ପଶୁନି।”ପ୍ରଶ୍ନ ହେଉଛି ଏତେ ବଡ ଅବ୍ୟବସ୍ଥା ପାଇଁ ଦାୟୀ କିଏ ? ଉତ୍ତର ହେଲା କାକଟପୁରର ବିଶ୍ୱ ବିରଜାୟୀ ସ୍ୱୟଂ ସହାୟକ ଗୋଷ୍ଠୀ ଛତୁଆ କେନ୍ଦ୍ର ଓ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ଗଠବନ୍ଧନ। ରାଜ୍ୟ ସରକାର ଅପପୁଷ୍ଟି ରୋକିବାକୁ କୋଟି କୋଟି ଟଙ୍କା ଦେଉଛନ୍ତି। କାକଟପୁରର ୧୮୨ଟି ଅଙ୍ଗନବାଡି ପାଇଁ ଛତୁଆ, ହାଲୁଆ, ଖଜୁରୀ, ଲଡୁ, ମୁଡି, ଅଣ୍ଡା

ଯୋଗାଣର ଏକା ଦାୟିତ୍ୱ ରହିଛି ମାତ୍ର ଦୁଇଟି ଗୋଷ୍ଠୀ ପାଖରେ। ସେଥିମଧ୍ୟରୁ ବିଶ୍ୱ ବିରଜାୟୀ ଗୋଷ୍ଠୀ ବିରୋଧରେ ଖରାପ ମାଲ, କମ୍ ଓଜନ ଓ ପୋକ ସୁଜି ଦେବାର ଅଭିଯୋଗ ପୁରୁଣା। କିଛି ବର୍ଷ ତଳେ ହିତାଧିକାରୀ ଙ୍କୁ ଖଜୁରୀରେ ପୋକ ବାହାରିବା ଫୋଟ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ତଥାପି କିଛି ହୋଇନି।ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ବଣ୍ଟନ ଦାୟିତ୍ୱରେ ରହିଛନ୍ତି।କାହିଁକି? କାରଣ ୨୦୧୧-୧୨ ମସିହାରୁ ଯେଉଁ ଦର ପତ୍ର ହୋଇଥିଲା ସେଇଟା ହିଁ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି। ନୂଆ ପତ୍ର ହେଉନି। ଶହ ଶହ ଯୋଗ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଥାଇ ବି ସେମାନଙ୍କୁ ସୁଯୋଗ ମିଳୁନି। ସ୍ପଷ୍ଟ କଥା, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର କିଛି ଅଧିକାରୀ, ଅଧିକାରିଣୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ରାଜନେତାଙ୍କ ସହ ହାତ ମିଳାଇ ଏହି ଲୁଟ୍ ର ଖେଳ ଚାଲିଛି।ଅଭିଯୋଗ ପରେ ଗଣ ମାଧ୍ୟ୍ୟମକୁ ପୋକ ବାହାରିବା ଘଟଣା ରେ ସଫେଇ ଦେଇ କହିଛନ୍ତି କାକଟପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପିୟୁଶାମୟୀ ପଣ୍ଡାଙ୍କ ଯୁକ୍ତି ଆହୁରି ଲଜ୍ଜାଜନକ। ସେ କହିଛନ୍ତି, “ବର୍ଷା ଦିନରେ ରହିଲେ ସୁଜିରେ ପୋକ ହୋଇଯାଏ।” ଅର୍ଥାତ ପୋକ ସୁଜି ଦେବା ତାଙ୍କ ପାଇଁ ସାଧାରଣ କଥା।କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ମାନିଛନ୍ତି ଅଭିଯୋଗ ଆସୁଛି। ଉପଜିଲ୍ଲାପାଳ ବିବେକାନନ୍ଦ ସାହୁ କହିଛନ୍ତି “ଉଚ୍ଚ ଅଧିକାରୀଙ୍କୁ ଜଣାଇବୁ”। କିନ୍ତୁ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ କେବେ?ଆମର ସ୍ପଷ୍ଟ ଦାବି – ଏକ, ତୁରନ୍ତ ବିଶ୍ୱ ବିରଜାୟୀ ଗୋଷ୍ଠୀର ଟେଣ୍ଡର ବାତିଲ କର। ଦୋଷୀ ଅଧିକାରୀଙ୍କ ବିରୋଧରେ ଥାନା ମାମଲା ଓ ଯାଞ୍ଚ ହେଉ। ନଚେତ ଆଗାମୀ ଦିନରେ କାକଟପୁର ଜନତା ରାସ୍ତାକୁ ଓହ୍ଲାଇବେ। ପୋକ ସୁଜି ଖାଇ ଆଉ କେତେ ପିଲା ଅସୁସ୍ଥ ହେବେ ତାର ଦାୟିତ୍ୱ କିଏ ନେବ ?

Leave a Reply

Your email address will not be published. Required fields are marked *