ଚୋରି ହେଉଛି ଥାର ଗାଡ଼ିରେ , ଏଟିଏମ୍ ଗଡ଼ୁଛି ରାଜରାସ୍ତାରେ

ସୋର ୧୧/୦୭ ଚୋରି ହେଉଛି ଥାର ଗାଡ଼ିରେ, ଏଟିଏମ୍ ଗଡ଼ୁଛି ରାଜରାସ୍ତାରେ, କହିବାର କଥା ଥାର ଗାଡ଼ିରେ ଆସି ଏଟିଏମ୍ ଭାଙ୍ଗି ଲୁଟୁ ଛନ୍ତି ଦୁର୍ବୁତ୍ତ ମାନେ। ଏଭଳି ଘଟଣା ଦେଖିବାକୁ ମିଳିଛି, ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୁଡିଗଡ଼ିଆ ବଜାରରେ ଗତ କାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟ ରେ ବସ ଷ୍ଟାଣ୍ଡ ନିକଟରେ ଇଣ୍ଡିଆ ୱାନ ଏଟିଏମ୍ କୁ ୫ ରୁ ଅଧିକ ଦୁର୍ବତ୍ତ ମାନେ ଭାଙ୍ଗି ନେଇଥିବା ସିସିଟିଭି କ୍ୟାମେରା ରେ ଦେଖିବାକୁ ମିଳିଛି। Atm କୁ ଦଉଡ଼ି ସାହାଯ୍ୟରେ ବାନ୍ଧି ଥାର ଗାଡ଼ି ରେ ଟାଣି ଭାଙ୍ଗିବା ପରେ Atm ର କିଛି ଅଂଶକୁ ୩୦୦ ମିଟର ଦୂରରେ ଘୋଷାଡି ଘୋଷାଡି ନେଉଥିବା ଦେଖିବାକୁ ମିଳିଛି । ସକାଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏହି ଭଳି ଅଞ୍ଚଳରେ ବାରମ୍ବାର ଚୋରି ଡକାୟତି ହେଉଥିବାରୁ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁର୍ବୃତ ଚୋରି ବେଳେ ଏଟିଏମ୍ ଭାଙ୍ଗିବା ଦୃଶ୍ୟ ଯେତିକି କୋୖତୁହଳ ସେତିକି ଆଶ୍ଚର୍ଯ୍ୟ ଲାଗୁଛି । ଚୋର ଙ୍କ ଏଭଳି ଦୁଃସାହସ ପାଇଁ ଅଂଚଳ ରେ ଭୟର ବାତାବରଣ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *