୩ ଦଫା ଦାବିରେ ଜାତୀୟ ରାଜପଥ ଅବରୋଧ

କାମାକ୍ଷାନଗର :-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମୁଣ୍ଡେଇଲ ଛକ ନିକଟରେ ୩ ଦଫା ଦାବିରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗେଲ୍ହେଇ କାଟେଣୀ ଗ୍ରାମବାସୀ ।ଅଭିଯୋଗ ମୁତାବକ ମୁଣ୍ଡେଇଲ ଛକ ନିକଟରେ ଥିବା ଟୋଲଗେଟ ଦେଇ କ୍ଷେତ କୁ ଚାଷୀଙ୍କ ଶଗଡ଼ ନେବା ଆଣିବା ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ଓ ଟୋଲ ଗେଟ ର ନାମ ଖଇରାମୁଣ୍ଡା କୁ ପରିବର୍ତ୍ତନ କରି ଗେଲ୍ହେଇ କାଟେଣୀ କରିବା ଆଦି ୩ଦଫା ଦାବି ରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ ।ଫଳରେ ରାସ୍ତା ର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି ।ଯାହାଫଳରେ ତାଳଚେର -ଡ଼ୁବୁରୀ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି ।ସେପଟେ ଘଟଣା ସ୍ଥଳରେ ପୋଲିସ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *