ରାସ୍ତାରେ ଜାଳିଲେ ଟାୟାର ଓ କାଠଗଣ୍ଡି

ହିଞ୍ଜିଳିକାଟୁ :-୨୬/୦୪ – ସାଉକାର ଓ ସହଯୋଗୀ ମାନଙ୍କୁ ଥାନାରେ ଅଟକ ରଖିଥିବା ନେଇ ରାସ୍ତା ଅବରୋଧ କଲେ ସମର୍ଥକ ଗୋଷ୍ଠୀ ।ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଳକର ସୁନାନ୍ତର ଠାରେ ଘଟଣା ଘଟିଛି ।ଶେରଗଡ଼ ଥାନା ଅନ୍ତର୍ଗତ ସୁନାନ୍ତର ଗ୍ରାମର ଜଣେ ସାଉକାର ଏବଂ ସହଯୋଗୀ ଙ୍କୁ ଶେରଗଡ଼ ଥାନାରେ ଅଟକ ରଖିଥିବା ନେଇ ସକାଳ ପ୍ରାୟ ୮ଟାରେ ଟାୟାର ଜାଳି ରାସ୍ତା ଅବରୋଧ ।ଟାୟାର ସହିତ ବଡ଼ବଡ କାଠଗଣ୍ଡି କୁ ମଧ୍ୟ ମୁଖ୍ୟ ରାସ୍ତାରେ ମଧ୍ୟ ପକାଯାଇ ନିଆଁ ଲଗାଇ ରାସ୍ତା ଅବରୋଧ କରିଛନ୍ତି ସପକ୍ଷବାଦୀ ଗୋଷ୍ଠୀ ।ଥାନାରେ ଥିବା ଅଟକ ବ୍ୟକ୍ତି ଓ ଯୁବକଙ୍କୁ ଛାଡିବା ନେଇ ଜିଦିରେ ଅଛନ୍ତି ମହିଳା ଓ ପୁରୁଷ ଦଳ । ଅନ୍ୟପଟେ କାରଣ ଅସ୍ପଷ୍ଟ ଥିବାବେଳେ ଗୋଷ୍ଠୀ ସଂଘର୍ଷ ଘଟିଥିବା ସମ୍ଭାବନା ରହିଛି ।ଅଶାନ୍ତ ବାତାବରଣ ଥିବା ବେଳେ ରାସ୍ତା ଅବରୋଧ ସ୍ଥାନରେ ହିଞ୍ଜିଳି ପୋଲିସ ମୁତୟନ ରହି ପୋଲିସ ତଦନ୍ତ ଆରମ୍ଭ କରିଛି । ଗାଡି ଚଳାଚଳ ବାଧାପ୍ରାପ୍ତ ଥିଲା ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ପାଇଁ ଅସୁବିଧା ନେଇ ଅଭିଭାବକ ଙ୍କ ସହ ସାଧାରଣଲୋକ ରାସ୍ତା ଅବରୋଧକୁ ନିନ୍ଦା କରିଛନ୍ତି ।

ରିପୋର୍ଟ :- ରଂଜିତ କୁମାର ପୋଲାଇ,ଗଞ୍ଜାମ ।

Leave a Reply

Your email address will not be published. Required fields are marked *