ଭିନ୍ନକ୍ଷମ ଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତ ଙ୍କ ଗୁରୁ ଦାୟିତ୍ୱ: ସମାଜସେବୀ ସୁଶାନ୍ତ ସାବତ

ବ୍ରହ୍ମପୁର ୨୧/୭ଭିନ୍ନକ୍ଷମ ମାନଙ୍କୁ ଅସହାୟ ଭାବିବା ଅନୁଚିତ, ଆଜିର ସମାଜରେ ଭିନ୍ନକ୍ଷମ ମାନେ କ୍ରୀଡ଼ା, ସାଂସ୍କୃତିକ,ବ୍ୟବସାୟ,ପ୍ରସାଶନିକ ସେବା ସବୁ କ୍ଷେତ୍ର ରେ ନିଜର ପାରିଦର୍ଶିତା ପ୍ରତିପାଦନ କରିପାରିଛନ୍ତି।ଏଣୁ ସେମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ବୋଲି ଆଜି ଛତ୍ରପୁର ସ୍ଥିତ ସମୀୟାପଳ୍ଳି ଠା ରେ ଅବସ୍ଥିତ ସମର୍ଥ ସ୍ୱତନ୍ତ୍ର ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ ଓ ଏହାର ପ୍ରତିଷ୍ଠାତା ସମାଜସେବୀ ସ୍ୱର୍ଗତ କେ ଆନନ୍ଦ ରାଓ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ଅସରରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ କୃଷ୍ନଚନ୍ଦ୍ର ନାୟକ ଯୋଗଦେଇ ଅନୁଷ୍ଠାନ ଓ ଏହାର ପ୍ରତିଷ୍ଠାତା ସ୍ୱର୍ଗତ କେ ଆନନ୍ଦ ରାଓ ଙ୍କ ଭିନ୍ନକ୍ଷମ ଙ୍କ ନିମନ୍ତେ ସହୋଜୋଗ ର ପ୍ରଶଂସା କରିବା ସହ ସମସ୍ତ ପ୍ରକାର ସହୋଜଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପୂର୍ବତନ ବିଧାୟକ ଶ୍ରୀ ଅଶୋକ ଚଉଧୁରି, ଲିପିକା ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ରଞ୍ଜିତା ଦାସ, ସରପଞ୍ଚ ମଥୁରା। ସୁବୁଦ୍ଧି , ଡ ସରୋଜିନୀ ସେଠି, ଶ୍ରୀ ଚିରଞ୍ଜୀବି ପାତ୍ର,କେ ଭୀମସେନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ସେବା ସହ ଭିନ୍ନକ୍ଷମ ଙ୍କ କଲ୍ୟାଣ ଉପରେ ଆଲୋଚନା କରିଥିଲେ। ଅନୁଷ୍ଠାନ ସମ୍ପାଦକ ଶ୍ରୀ ନାରାୟଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *