ମା ମଙ୍ଗଳାଙ୍କ ଆଶୀର୍ବାଦ ନେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ମା ମଙ୍ଗଳାଙ୍କ ଆଶୀର୍ବାଦ ନେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ;ମଙ୍ଗଳା ମନ୍ଦିର ଉନ୍ନୟନ କାର୍ଯ୍ୟ କଲେ ସମୀକ୍ଷା।କାକଟପୁର, ୨୧.୦୭(ରିପୋର୍ଟ୍ ଜ୍ଞାନ ରଞ୍ଜନ ବିଶ୍ଵାଳ)- ଓଡ଼ିଶାର ଲୋକପ୍ରିୟ ମହିଳା ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ସଂଧ୍ୟାରେ କାକଟପୁର ଗ୍ରସ୍ତ କରି ମା ମଙ୍ଗଳାଙ୍କ ଆଶୀର୍ବାଦ ନେଇଛନ୍ତି। କାକଟପୁରରେ ପହଞ୍ଚିବା ପରେ ବିଜେପିର କର୍ମକର୍ତ୍ତା ମାନେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ଶ୍ରୀମତୀ ପରିଡ଼ା ମା ମଙ୍ଗଳାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମାଆଙ୍କ ଆଶୀର୍ବାଦ ନେଇଥିଲେ। ମନ୍ଦୀର ବେଢ଼ା ପରିକ୍ରମା କରିବା ସହ ମଙ୍ଗଳାଙ୍କ ସ୍ତୁତି ଗାନ କରିଥିଲେ।

ପରିଶେଷରେ ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ସହ ମନ୍ଦିର ଉନ୍ନୟନ କାର୍ଯ୍ୟ ଉପରେ ଆଲୋକପାତ କରି ସମୀକ୍ଷା କରିଥିଲେ। ମନ୍ଦିର ଚତୁପାର୍ଶ୍ଵ ସୌନ୍ଦର୍ଯ୍ୟକରଣ, ପାର୍କିଂ ବ୍ୟବସ୍ଥା, ପ୍ରାଚୀ ନଦୀ ପୁନରୁଦ୍ଧାର ସହ ସେବାୟତ ମାନଙ୍କ ସୁବିଧା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ସାଂସଦ ପ୍ରତିନିଧି ସୁଦର୍ଶନ ସ୍ବାଇଁ, ରାକେଶ ବିଶ୍ୱାଳ, କାଳନ୍ଦୀ ନାୟକ, ମଙ୍ଗୁଳି ନାୟକ ଓ ବିଶ୍ୱ ରଞ୍ଜନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *