ଦୁଇ ଚୋରା ନିଶା ବେପାରୀ ଗିରଫ

କୋଣାର୍କ,୨୬/୦୪- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ବରେ ଏକ ଟିମ ଚୋରା ନିଶା ବେପାର କରୁଥିବା ଅଭିଯୋଗରେ ଗୋପ ଥାନା ଅଧୀନ ନୂଆହାଟ ବଜ଼ାରରୁ ଆଶୁତୋଷ ସାହୁ ଏବଂ ଗୋପ ବ୍ଲକ ଛକ ନିକଟରୁ ଲଷ୍ମୀଧର ନାଏକଙ୍କୁ ଗିରଫ କରିଥିଲେ। ପ୍ରଥମ ଆସାମୀଠୁ ୧୦ ଲିଟର ଦେଶୀ ମଦ ସହ ୫.୪୦ ଲିଟର ବିଦେଶୀ ମଦ ଏବଂ ଦ୍ୱିତୀୟ ଆସାମୀଠୁ ୪ କିଲୋଗ୍ରାମ ଭାଙ୍ଗ ଜବତ କରାଯାଇଥିଲା। ଉଭୟ ଆସାମୀଙ୍କୁ କୋଣାର୍କ ଅବକାରୀ ଥାନା ଦୁଇଟି ପୃଥକ୍ ମାମଲା ରୁଜ୍ଜୁ କରି ( ୧୩ ଓ ୧୪/୨୩-୨୪)କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାରକୁ ପଠା ଯାଇଥିଲା। ଏହି ଚଢ଼ାଉରେ ଏ ଏସ ଆଇ ଶ୍ରୀ ଲୋକନାଥ ପାତ୍ର, ଅବକାରୀ କର୍ମଚାରୀ ସ୍ଵାଗତିକା ଘଡେଇ, ବିଶ୍ୱଜିତ ମହାପାତ୍ର, ସେକ ୱାରିସ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *