ସମସ୍ୟା ଭିତରେ ଧନିଆନାଳି କମାର ଶାଳ

ସମସ୍ୟା ଭିତରେ ଧନିଆନାଳି କମାର ଶାଳ

ଗଁଦିଆ ତା 26/7/26
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକର ମଠତେନ୍ତଳିଆ ଗ୍ରାମ ପଞ୍ଚାୟତ ର ଧନିଆନାଳୀ। କମାର ଶାଳ ର ବ୍ରହ୍ମା କମାର ରୀନା କମାର ନିତି ଦିନିଆ କାମ ଲୁହା ରେ ଶାବଳ, କଟୁରୀ, ଦାଆ, ଟାଙ୍ଗିଆ, କୋଡ଼ି ତିଆରି କରିବା । ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପୁର୍ବରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ପଲିଥିନ ପକାଇ ଥିବା ‌କମାର ଶାଳ ରେ କାମ କରି ତାଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବ ର ଭରଣ ପୋଷଣ କରନ୍ତି। ଦୁଇଟି ଝିଅ ଡମଶାଳ ରେ ଥିବା ଆଶ୍ରମ ବିଦ୍ୟାଳୟ ରେ ପାଠ ପଢାଇଥିବା ବେଳେ ପୁଅଟିକୁ ବାଲେଶ୍ଵର ର ଏକ ଇଞ୍ଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ରେ ଡିପ୍ଲୋମା ପଢ଼ାଉଛନ୍ତି।


ହାତ ତିଆରି ସରଞ୍ଜାମ ଆଗ ଭଳି ବିକ୍ରି ହୋଇ ପାରୁନାହିଁ। ଫଳରେ ଚଳିବା ର ଅସୁବିଧା ହୋଇଅଛି ‌ ‌ । ବର୍ଷା ଦିନେ ବର୍ଷା ଯୋଗୁଁ ଭଲ ଭାବରେ କାମ କରିପାରୁନାହାନ୍ତି l ଏଣୁ କମାର ଶାଳ ନିର୍ମାଣ ପାଇଁ। ସରକାରୀ ସହଯୋଗ ର ହାତ ମିଳିଲେ ସେମାନଙ୍କ ଜୀବନ ଜିବିକା ଭଲ ରୂପେ ଚାଲି ପାରିବ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *