ହିଞ୍ଜିଳି ଥାନାରେ ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା
ହିଞ୍ଜିଳି ଥାନାରେ ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା ହିଞ୍ଜିଳିକାଟୁ, ୨୮/୭/୨୬ : ପ୍ରକୃତ ମାଲିକଙ୍କ ହଜିଯାଇଥିବା ମୋବାଇଲ ଫୋନ୍କୁ ଫେରାଇବା ଉଦ୍ଦେଶ୍ୟରେ ହିଞ୍ଜିଳି ଥାନା ପରିସରରେ ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଛି । ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୬୧ଟି ସ୍ମାର୍ଟଫୋନ କୁ ହସ୍ତାନ୍ତର କରାଯାଇଥିଲା। ଉପଖଣ୍ଡ ପୋଲିସ ଅଧିକାରୀ (SDPO) ସୌରଭ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ଚିହ୍ନଟ କରାଯାଇଥିଲା ।ସେଗୁଡ଼ିକ ଯାଞ୍ଚ କରାଯିବା ପରେ ଆଜି ଏହି ମୋବାଇଲ ମେଳାରେ ସେମାନଙ୍କର ଦିଆଯାଇଛି । ହଜିଯାଇଥିବା ମୋବାଇଲ ଫେରି ପାଇଥିବାରୁ ମୋବାଇଲ ମାଲିକମାନେ ଗଞ୍ଜାମ ଜିଲ୍ଲା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ଏସଡିପିଓ ଶ୍ରୀ ପ୍ରଧାନଙ୍କ ସୁଚନାନୁଯାୟୀ ମୋବାଇଲ ବ୍ୟବହାରରେ ସତର୍କ ରହିବା, ନିଜର ତଥ୍ୟର ସୁରକ୍ଷା ପ୍ରତି ସଚେତନ ହେବା ସହ ତୁରନ୍ତ ନିକଟସ୍ଥ ଥାନାରେ ମୋବାଇଲ ହଜିଯାଇଥିବା ନେଇ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ମୋବାଇଲ ମେଳାରେ ଗଞ୍ଜାମ ପୋଲିସ ଜିଲ୍ଲାର ବହୁ ଆଇ ଆଇ ସି ଏବଂ ବରିଷ୍ଠ ଅଧିକାରୀଙ୍କ ପ୍ରମୁଖ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ମଧ୍ୟ ଉପସ୍ଥିତ ଥିଲେ।
