କାକଟପୁର ବିଡ଼ିଓଙ୍କ ବଦଳି ଦାବିରେ ବିଜେଡିର ବିକ୍ଷୋଭ।

କାକଟପୁର, ୨୯.୦୭()କାକଟପୁର ‘ବିଜୁ ଜନତା ଦଳ’ ତରଫରୁ କାକଟପୁର ପଞ୍ଚାୟତ ସମିତିର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଉଚିତ୍ ବ୍ୟବହାର କରୁନାହାନ୍ତି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତ ବାରିସି ସାଜି ଜନସାଧାରଣଙ୍କୁ ନ୍ୟାୟ ଦେବାରେ ଅବହେଳା କରୁଛନ୍ତି । କନିଷ୍ଟ ଯନ୍ତ୍ରୀଙ୍କ ଜରିଆରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମୋଟା ଅଙ୍କର ଲାଞ୍ଚ ଆଦାୟ କରିବାରେ ଲାଗିଛନ୍ତି । କୌଣସି ବ୍ୟକ୍ତି ସାଧାରଣ ସମସ୍ୟା ନେଇ ବିଡିଓ ଙ୍କ ଦେଖା କରିବାକୁ ଗଲେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଜେ ଏହି କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ପିଲା ବୋଲି କହି ଧମକ ଦେଉଛନ୍ତି ।

ଏହିପରି ଅଭିଯୋଗ ଆଣି କାକଟପୁର ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଏକ ପଦଯାତ୍ରା ସହ ଗଣ ଆନ୍ଦୋଳନ କରାଯାଇଥିଲା। ବିଡ଼ିଓଙ୍କ ତୁରନ୍ତ ବଦଳି ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଜେଡ଼ି ସଭାପତି ପ୍ରାଣକୃଷ୍ଣ ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବିକ୍ଷୋଭରେ ବିଜେଡ଼ି ବିଧାୟକ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧକ୍ଷ ସ୍ଵାଧୀନ କୁମାର ନାୟକଙ୍କ ସହ କୈଳାସ ଲେଙ୍କା, ଦୁର୍ଯ୍ୟୋଧନ ମହାନ୍ତି, ସୁଭ୍ରଜିତ ମଲ୍ଲ, ରଞ୍ଜନ ପଣ୍ଡା, ନକୁଳ ସେଣ, ଅଭୟ ସେଠୀ, ରଞ୍ଜନ ନାୟକ, ପ୍ରମୋଦ ଦାସ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *