ପିପିଲି ଥାନାର ପୋକ୍ସୋ ମାମଲାରେ ଦୋଷୀ ସାବ୍ୟସ୍ତ, ୫ ବର୍ଷ ସଶ୍ରମ କାରାଦଣ୍ଡ

ପିପିଲି ଥାନାର ପୋକ୍ସୋ ମାମଲାରେ ଦୋଷୀ ସାବ୍ୟସ୍ତ, ୫ ବର୍ଷ ସଶ୍ରମ କାରାଦଣ୍ଡ*ପୁରୀ ପୋଲିସର ଦକ୍ଷ ତଦନ୍ତ, ସଠିକ୍ ପ୍ରମାଣ ସଂଗ୍ରହ ଓ କାର୍ଯ୍ୟକାରୀ ଆଇନଗତ ପଦକ୍ଷେପ ଫଳରେ ପିପିଲି ଥାନା କେସ୍ ନଂ. ୨୬୯/୨୦୨୫ (T.R. No. ୩୩/୬୭ ଅଫ୍ ୨୦୨୫) ରେ ଆଜି ମାନ୍ୟବର ଅତିରିକ୍ତ ସେସନ୍ସ ଜଜ୍ (FTSC), ପୁରୀ ଦୋଷୀ କାହ୍ନା @ ରାକେଶ ମହାରଣା (ବୟସ ୩୧ ବର୍ଷ)ଙ୍କୁ ପୋକ୍ସୋ ଆଇନର ଧାରା–୧୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନ୍ୟବର ଅଦାଲତ ଦୋଷୀଙ୍କୁ ୫ (ପାଞ୍ଚ) ବର୍ଷ ସଶ୍ରମ କାରାଦଣ୍ଡ ସହ ₹୫,୦୦୦ ଜରିମାନା ଆଦାୟ କରିବାକୁ ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ କ୍ଷେତ୍ରରେ ଅତିରିକ୍ତ ୧୫ ଦିନର କାରାଦଣ୍ଡ ଭୋଗ କରିବାକୁ ନିର୍ଦ୍ଦେଶ ରହିଛି। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଶ୍ରୀ ଦୀପକ କୁମାର ନାୟକଙ୍କ ନିଷ୍ଠାପୂର୍ଣ୍ଣ ତଦନ୍ତ, ସାକ୍ଷ୍ୟ ପ୍ରମାଣର ସଠିକ୍ ଉପସ୍ଥାପନ ଏବଂ ସରକାରୀ ଅଭିଯୋଜକଙ୍କ ଦକ୍ଷ ପରିଚାଳନା ଫଳରେ ଏହି ଦୋଷୀ ସାବ୍ୟସ୍ତ ସମ୍ଭବ ହୋଇପାରିଛି। ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ପୁରୀ ପୋଲିସର ସମନ୍ୱିତ ଟିମ୍‌ୱର୍କ, ଦ୍ରୁତ ଓ ଗୁଣାତ୍ମକ ତଦନ୍ତ ମାଧ୍ୟମରେ ଏହି ସଫଳତା ହାସଲ ହୋଇଛି। ଶିଶୁଙ୍କ ବିରୋଧରେ ଅପରାଧ ପ୍ରତି ପୁରୀ ପୋଲିସ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଆଗାମୀ ଦିନରେ ମଧ୍ୟ ଦୃଢ଼ତାର ସହ କାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *