ପାରାଦୀପ ରିଫାଇନରୀଇଣ୍ଡିଆନ୍ ଅଏଲ୍ କର୍ପୋରେଶନ ଲିମିଟେଡ୍ପ୍ରେସ୍ ବିଜ୍ଞପ୍ତି
ପାରାଦୀପ ରିଫାଇନରୀଇଣ୍ଡିଆନ୍ ଅଏଲ୍ କର୍ପୋରେଶନ ଲିମିଟେଡ୍ପ୍ରେସ୍ ବିଜ୍ଞପ୍ତି l ଇଣ୍ଡିଆନ୍ଅଏଲ୍ ପାରଦୀପ ରିଫାଇନରୀରେ Level-II ଅନ୍ ସାଇଟ୍ ଡିଜାଷ୍ଟର ଡ୍ରିଲ୍ପାରାଦୀପ, 12.08.2026: ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀ 12 ଅଗଷ୍ଟ 2026 ରେ Level-II ମକ୍ ଡ୍ରିଲ୍ (ଅନ୍ ସାଇଟ୍ ଡିଜାଷ୍ଟର ଡ୍ରିଲ୍) ଆୟୋଜନ କରିଥିଲା ଯେଉଁଥିରେ ରିଫାଇନରୀ ତାହାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ପ୍ରଭାବ ଯାଞ୍ଚ କରିଥିଲା । ପାରାଦୀପ ରିଫାଇନରୀର ଅନୁମୋଦିତ ଇମରର୍ଜେନ୍ସି ରେସପନସ୍ ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ୍ ପ୍ଲାନ୍ (ERDMP) ଅନୁଯାୟୀ ଏହି ଡ୍ରିଲ୍ କାର୍ଯ୍ୟକାରୀ କରାଯାଇଥିଲା ।

ମ୍ୟୁଚୁଆଲ୍ ଏଡ୍ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ । ଏଥିରେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ୍ ଅନୁଯାୟୀ ନିଆଯାଇଥିବା ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗୁଡିକ ସଠିକ୍ ଭାବରେ ସମନ୍ଵିତ ହୋଇଥିଲା ଏବଂ ଏହାକୁ ସମସ୍ତ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ । ଏହି ଡ୍ରିଲ୍ ପରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା।
