ଯକ୍ଷ୍ମା ମୁକ୍ତ ଭାରତ ଗଠନ ପ୍ରୟାସକୁ ସୁଦୃଢ଼ କରିବା ଲାଗି ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ଯକ୍ଷ୍ମା ମୁକ୍ତ ଭାରତ ଗଠନ ପ୍ରୟାସକୁ ସୁଦୃଢ଼ କରିବା ଲାଗି ଓଡ଼ିଶା ଏବଂ ଝାଡ଼ଖଣ୍ଡର ସାଂସଦମାନଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଯକ୍ଷ୍ମା ନିରାକରଣ ପାଇଁ ସଚେତନତାକୁ ବ୍ୟାପକ କରିବା ସହ ତଦାରଖ ସୁଦୃଢ଼ କରିବା ଏବଂ ଲୋକଙ୍କୁ ସଙ୍ଗଠିତ କରିବା ଲାଗି ପ୍ରତିବଦ୍ଧତା ବ୍ୟକ୍ତ କଲେ ସାଂସଦଗଣଯକ୍ଷ୍ମା ନିରାକରଣକୁ ତ୍ୱରାନ୍ୱିତ କରିବା ପାଇଁ ନିରନ୍ତର ସଂସଦୀୟ ଆଲୋଚନା ଏବଂ ଜିଲ୍ଲାସ୍ତରୀୟ ତଦାରଖ ନିମନ୍ତେ ପରାମର୍ଶ ଦେଲେ ଶ୍ରୀ ନଡ୍ଡାଅନ୍ତିମ ସୋପାନରେ ଯକ୍ଷ୍ମା ସେବାକୁ ସୁଦୃଢ଼ କରିବା ପାଇଁ ଏକାଠି ହେଲେ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସାଂସଦ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ସଂସଦର ମୌସୁମୀ ଅଧିବେଶନ ଅବସରରେ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି । ଯକ୍ଷ୍ମା ମୁକ୍ତ ଭାରତ ଗଠନ ପାଇଁ ସରକାରଙ୍କ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ନିରନ୍ତର ଯୋଗାଯୋଗ ଅଂଶବିଶେଷ ଭାବେ ସାଂସଦମାନଙ୍କ ସହିତ ଏହି ଆଲୋଚନା ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।‘‘ଯକ୍ଷ୍ମା ମୁକ୍ତ ଭାରତ ପାଇଁ ସାଂସଦଙ୍କ ପ୍ରୟାସ’’ ଶୀର୍ଷକରେ ଅନୁଷ୍ଠିତ ଏହି ଆଲୋଚନାରେ ଉଭୟ ରାଜ୍ୟର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଦଳମତ ନିର୍ବିଶେଷରେ ବୈଠକରେ ଯୋଗ ଦେଇଥିଲେ । ଏହା ରାଜନୈତିକ ନେତୃତ୍ୱ, ସାମାଜିକ ଅଂଶଗ୍ରହଣ ଏବଂ ଶେଷ ସୋପାନରେ ସେବା ପ୍ରଦାନ ମାଧ୍ୟମରେ ଯକ୍ଷ୍ମା ବିରୁଦ୍ଧରେ ଲଢ଼େଇକୁ ସୁଦୃଢ଼ କରିବା ପାଇଁ ଏକ ସମାନ ପ୍ରତିବଦ୍ଧତାକୁ ବ୍ୟକ୍ତ କରିଥିଲା।ବୈଠକରେ ସଦ୍ୟ ସମାପ୍ତ ୧୦୦-ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଯକ୍ଷ୍ମା ନିରାକରଣ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଅଭିଯାନକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ, ମାର୍ଚ୍ଚ ୨୪, ୨୦୨୬ ରେ ଆରମ୍ଭ ହୋଇଥିଲା। ସାରା ଦେଶର ପ୍ରାୟ ୧.୫୮ ଲକ୍ଷ ଉଚ୍ଚ ବିପଦପୂର୍ଣ୍ଣ ଗ୍ରାମ ଏବଂ ସହରାଞ୍ଚଳ ୱାର୍ଡକୁ ଏଥିରେ ସାମିଲ କରାଯାଇଥିଲା ଏବଂ ଜୁଲାଇ ୨୦୨୬ରେ ଶେଷ ହୋଇଥିଲା।ଅଭିଯାନ ସମୟରେ, ୨.୨ କୋଟିରୁ ଅଧିକ ଅସୁସ୍ଥ ବ୍ୟକ୍ତିଙ୍କର ଯାଞ୍ଚ କରାଯାଇଥିଲା, ୭ ଲକ୍ଷରୁ ଅଧିକ ନୂତନ ଯକ୍ଷ୍ମା ମାମଲା ଚିହ୍ନଟ କରାଯାଇଥିଲା ଏବଂ ୧.୯୭ ଲକ୍ଷ ଯକ୍ଷ୍ମା ମାମଲା ଚିହ୍ନଟ କରାଯାଇଥିଲା।ଡବ୍ଲୁଏଚ୍ଓ ଗ୍ଲୋବାଲ୍ ଟିବି ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତ ଯକ୍ଷ୍ମା ନିରାକରଣରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ୨୦୧୫ ରୁ ୨୦୨୪ ମଧ୍ୟରେ ଯକ୍ଷ୍ମା ସଂକ୍ରମଣରେ ୨୧% ହ୍ରାସ ଦେଖା ଦେଇଛି ଯାହା ବିଶ୍ୱ ଗତି ତୁଳନାରେ ପ୍ରାୟ ଦୁଇଗୁଣ ହ୍ରାସ । ଏହାସହିତ ଚିକିତ୍ସା ସଫଳତା ହାର ୯୨%ରେ ପହଞ୍ଚିଛି । ଏହି ଗତିକୁ ବଜାୟ ରଖିବା ପାଇଁ ଆଗୁଆ ମାମଲା ଚିହ୍ନଟ, ଚିକିତ୍ସା ଏବଂ ରୋଗୀ ସମର୍ଥନ ଉପରେ ତୀବ୍ର ଧ୍ୟାନ କେନ୍ଦ୍ରିତ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।ଖଣି ଓ ଶିଳ୍ପ କ୍ଷେତ୍ର, ବୃତ୍ତିଗତ ଧୂଳିକଣା ସଂସ୍ପର୍ଶ, ପ୍ରବାସୀ ଓ ଆଦିବାସୀ ଜନସଂଖ୍ୟା, କୁପୋଷଣ, ସହରାଞ୍ଚଳ ବସ୍ତି, ସହ-ରୋଗ, ତମାଖୁ ଓ ମଦ୍ୟପାନ ଏବଂ ଅନୌପଚାରିକ ତଥା ଶ୍ରମିକ ବସତି ସମେତ ଅନେକ ଯକ୍ଷ୍ମା ବିପଦ କାରକ ଉପସ୍ଥିତ ଥିବାରୁ ଝାଡ଼ଖଣ୍ଡ ଓ ଓଡ଼ିଶାକୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଭାବରେ ଗ୍ରହଣ କରାଯାଇଛି ।୧୦୦ ଦିନିଆ ଅଭିଯାନ ସମୟରେ, ଝାଡ଼ଖଣ୍ଡରେ ୧୬,୭୫୪ ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା, ଏମାନଙ୍କ ମଧ୍ୟରେ ୪,୫୭୪ ଜଣ ଲକ୍ଷଣହୀନ ରୋଗୀ ଥିଲେ। ଅନ୍ୟପଟେ ଓଡିଶାରେ ୧୫,୨୬୮ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରେ ୩,୫୧୪ ଜଣ ଲକ୍ଷଣହୀନ ରୋଗୀ ଥିଲେ।ରାଜ୍ୟଗୁଡ଼ିକ ବିପଦପୂର୍ଣ୍ଣ ଜନସଂଖ୍ୟାର ସ୍କ୍ରିନିଂ ଏବଂ ଯତ୍ନକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟବଦ୍ଧ ରଣନୀତି ଗ୍ରହଣ କରିଥିଲେ । ଏଥିରେ ସହରାଞ୍ଚଳ ବସ୍ତି, ନିର୍ମାଣ ସ୍ଥଳ, ପ୍ରବାସୀ କ୍ଲଷ୍ଟର ଏବଂ ଖଣି ଅଞ୍ଚଳରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନ୍ତର୍ଭୁକ୍ତ ।ଭାରତର ଯକ୍ଷ୍ମା କାର୍ଯ୍ୟକ୍ରମର ପ୍ରଯୁକ୍ତିବିଦ୍ୟା ପ୍ରସାରଣ ଏହି ପ୍ରୟାସଗୁଡ଼ିକୁ ଆହୁରି ମଜବୁତ କରିଛି। ଦଶନ୍ଧି ପୂର୍ବେ କିଛି ଶହ ମେସିନରୁ ୯ ହଜାରରୁ ଅଧିକ ମେସିନକୁ ଆଣବିକ ପରୀକ୍ଷଣ କ୍ଷମତା ବିସ୍ତାରିତ ହୋଇଛି । ଅନ୍ୟପଟେ ପ୍ରାୟ ୩ ହଜାର ଏଆଇ ସକ୍ଷମ ହ୍ୟାଣ୍ଡହେଲ୍ଡ ଏକ୍ସ-ରେ ୟୁନିଟ୍ ଏବେ କ୍ଷେତ୍ରରେ ସକ୍ରିୟ ମାମଲା ଖୋଜିବାକୁ ସମର୍ଥନ କରୁଛନ୍ତି ।ଶ୍ରୀ ନଡ୍ଡା ଯକ୍ଷ୍ମା ମୁକ୍ତ ଭାରତର ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ରାଜନୈତିକ ଏବଂ ପ୍ରଶାସନିକ ସକ୍ରିୟତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଭାରତର ତ୍ୱରିତ ଯକ୍ଷ୍ମା ନିରାକରଣ ରଣନୀତିର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଅଭିନବ ମାମଲା ଖୋଜିବା ରଣନୀତି, ପ୍ରାରମ୍ଭିକ ନିର୍ଣ୍ଣୟ, ରୋଗୀ-କୈନ୍ଦ୍ରିକ ଯତ୍ନ ଏବଂ ଜନ ଭାଗୀଦାରୀ ଉପରେ ଆଲୋକପାତ କରିଥିଲେ।ସେ ସାଂସଦମାନଙ୍କୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ କେନ୍ଦ୍ର ସହ ସମ୍ପର୍କ ସ୍ଥାପନ କରି ଯକ୍ଷ୍ମା ସେବାର ଉପଲବ୍ଧତା ଏବଂ ଗୁଣବତ୍ତା ସମୀକ୍ଷା କରିଥିଲେ । ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପାଇଁ ପ୍ରୟାସକୁ ସମର୍ଥନ କରି ସେମାନଙ୍କ ନିର୍ବାଚନମଣ୍ଡଳୀରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଯକ୍ଷ୍ମା ନିରାକରଣ ଏକ ନିରନ୍ତର ଜନ ଆନ୍ଦୋଳନରେ ପରିଣତ ହେବା ନିଶ୍ଚିତ କରିବା ପାଇଁ ସେ ନିରନ୍ତର ଜନସାଧାରଣଙ୍କ ସମ୍ପୃକ୍ତି ଏବଂ ସାମାଜିକ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।ଝାଡ଼ଖଣ୍ଡ ଏବଂ ଓଡ଼ିଶାର ଅଂଶଗ୍ରହଣକାରୀ ସାଂସଦମାନେ ସଚେତନତା ଓ ଅପବାଦ ହ୍ରାସ ଅଭିଯାନକୁ ବ୍ୟାପକ କରିବା ଉପରେ ଜୋର ଦେଇଥିଲେ । ବିଶେଷକରି ବିପଦ ଘେରରେ ଥିବା ଜନସଂଖ୍ୟା ମଧ୍ୟରେ ପ୍ରାରମ୍ଭିକ ଚିହ୍ନଟ ପାଇଁ ଶିବିରକୁ ପ୍ରୋତ୍ସାହିତ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ଜିଲ୍ଲା ଓ ବ୍ଲକ ସ୍ତରରେ ଯକ୍ଷ୍ମା ସେବାର ସହାୟକ ତଦାରଖକୁ ସୁଦୃଢ଼ କରିବା ପାଇଁ ସେମାନେ ନିଜ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।ସାଂସଦମାନେ ଯକ୍ଷ୍ମା ଦ୍ୱାରା ପ୍ରଭାବିତ ଲୋକଙ୍କୁ ପୋଷଣ ସହାୟତା, ମାନସିକ ସାମାଜିକ ଏବଂ ଜୀବିକା ସହାୟତା ପ୍ରଦାନ କରିବା ପାଇଁ ସମାଜ ଓ ସଂଗଠନଗୁଡ଼ିକୁ ସଂଗଠିତ କରିବାକୁ ମଧ୍ୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏହାଦ୍ୱାରା ଯକ୍ଷ୍ମା ସେବା ପ୍ରତି ରୋଗୀ-କୈନ୍ଦ୍ରିକ ଦୃଷ୍ଟିକୋଣକୁ ସୁଦୃଢ଼ କରିବା ସମ୍ଭବ ହୋଇପାରିବ ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଭିନ୍ନ ରାଜ୍ୟର ସାଂସଦମାନଙ୍କ ସହିତ ଏକାଧିକ ପର୍ଯ୍ୟାୟରେ ବୈଠକ କରୁଛନ୍ତି । ଏହି ବୈଠକ ତାହାର ଏକ ଅଂଶବିଶେଷ । ଏଭଳି ବୈଠକ ଆୟୋଜନର ଉଦ୍ଦେଶ୍ୟ ହେଉଛି ସାମୂହିକ ଉତ୍ତରଦାୟିତ୍ୱ ଏବଂ ଏକ ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟିକୋଣକୁ ମଜବୁତ କରିଥାଏ।ଶ୍ରୀ ନଡ୍ଡା ବିଶ୍ୱାସ ପ୍ରକଟ କରି କହିଥିଲେ, ସାଂସଦ, ରାଜ୍ୟ ଓ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟସେବା କର୍ମୀ ଏବଂ ସମାଜର ନିରନ୍ତର ସହଯୋଗ ସହିତ ଯକ୍ଷ୍ମା ନିରାକରଣ ଦିଗରେ ଅଗ୍ରଗତିକୁ ଆହୁରି ତ୍ୱରାନ୍ୱିତ ହେବ । ଏହି ୧୦୦ ଦିନିଆ ଅଭିଯାନର ସମାପ୍ତି ତୃଣମୂଳ ସ୍ତରରେ ଗଭୀର ଏବଂ ନିରନ୍ତର କାର୍ଯ୍ୟ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିବ।ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପୁଣ୍ୟ ସଲିଳା ଶ୍ରୀବାସ୍ତବ ଝାଡ଼ଖଣ୍ଡ ଓ ଓଡ଼ିଶାରେ ଦୁର୍ବଳ ଏବଂ ପ୍ରାଥମିକତାପ୍ରାପ୍ତ ଜନସଂଖ୍ୟା ମଧ୍ୟରେ ଯକ୍ଷ୍ମା ନିରାକରଣ ପାଇଁ ଗ୍ରହଣ କରାଯାଉଥିବା ସ୍ୱତନ୍ତ୍ର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏଥିରେ ଖଣି ଓ ଶିଳ୍ପ କ୍ଷେତ୍ର, ପ୍ରବାସୀ ଓ ଆଦିବାସୀ ସମ୍ପ୍ରଦାୟ, ସହରୀ ବସ୍ତି, କୁପୋଷଣ ଏବଂ ପୂର୍ବ ବ୍ୟାଧିର ଶିକାର ଲୋକମାନଙ୍କୁ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ । ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରାଧନା ପଟ୍ଟନାୟକ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନରେ ୯ହଜାରରୁ ଅଧିକ ଯନ୍ତ୍ରାଂଶର ପ୍ରୟୋଗ ଏବଂ ୩ ହଜାର ଏଆଇ ଆଧାରିତ ଏକ୍ସ-ରେ ୟୁନିଟ୍ ର ଉପଯୋଗ ସମ୍ପର୍କରେ ସୂଚନା ଦେଇଥିଲେ ।
