ବାରମାସେ ତେର ପରବ
ବାରମାସେ ତେର ପରବ
ଓଡ଼ିଆଣୀ ବୋହୂ ଆଙ୍ଗୁଳି ଗଣୁଛି
ବାରମାସେ ତେର ପରବ କଥା।
ବୈଶାଖ ମାସରେ ପଣା ସଙ୍କରାନ୍ତି
ଆସୁଛି ଓଡ଼ିଆ ନୂଆ ବରଷ।
ବୃନ୍ଦାବତୀ ମୂଳେ ବେଲ ପଣାଦେଇ
ଶୁଭ ମନାସିବ ପରିବାରର।
ଜ୍ୟେଷ୍ଠ ମାସେ ସାବିତ୍ରୀ ବ୍ରତ
ଆଚରି ମାଗିବ ସ୍ଵାମୀ ଆୟୁଷ।
ଜ୍ୟେଷ୍ଠ ପୁନେଇ ରେ ନୂଆ ବସ୍ତ୍ରଦେଇ ପୂଜିବସେ ଜଗତନlଥ।
ଆଷାଢ଼ ମାସରେ ଲକ୍ଷ୍ମୀ କୁଁ
ପୂଜିବ ମନେ ଭରି ନୂଆ ହରଷ।
ଶ୍ରାବଣ ମାସରେ ପାଣି ଭାରନେଇ
ପୁଜିବ ସେ ଉମା ମହେଶ।
ଭାଦ୍ରବ ମାସରେ ଗଣେଶ ପୂଜି
ସେ ଶୁଭ ମନlସିବ ପୁତ୍ର କନ୍ୟାର।
ଆଶ୍ୱିନ ମାସରେ ଦୂର୍ଗା ପୂଜିସେ
ଦୂର୍ଗତି ନlଶିଵ ପରିବାରର।
କାର୍ତ୍ତିକ ମାସରେ ବିଷ୍ଣୁ ପୂଜାକରି
ସୁଖ ଆଣିଦେବ ପରିବାରରେ।
ମାର୍ଗଶୀର ମାସେ ମlଣ ବସାଇ ସେ ଲକ୍ଷ୍ମୀଙ୍କୁ ଆଣିବ ସ୍ଵଗୃହେ।
ପୌଷ ମାସରେ ଧନୁ ସଂକ୍ରାନ୍ତି
ଧନୁମୁଆଁ ଖାଇ ମନେ ହରଷ।
ମାଘ ମାସରେ ଶ୍ରୀପଞ୍ଚମୀ ପୂଜା
ଶିରୀ ପଶି ଯିବ ପରିବାରରେ।
ଫଗୁଣରେ ଶ୍ରୀ ଦୋଳଗୋବିନ୍ଦ
ଫଗୁ ଖେଳିବାକୁ ମନଉଛନ।
ଚଇତ୍ର ମାସରେ ଚଇତି ପୁନେଇ
ଘୋଡା ନାଚ ଦେଖି ମନ ହରଷ।
