ଗାୟକ ଶେଖର ସ୍ବର୍ଗତ ଜଗନ୍ନାଥ ବେହେରାଙ୍କ ଅମ୍ଳାନ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଗାୟକ ଶେଖର ସ୍ବର୍ଗତ ଜଗନ୍ନାଥ ବେହେରାଙ୍କ ଅମ୍ଳାନ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

କୋଣାର୍କ,୦୮.୦୮ – ଶ୍ରୀଜଗନ୍ନାଥ ରାଜ୍ୟ ପାଲା ଗବେଷଣା ଓ ତାଲିମ୍ କେନ୍ଦ୍ର କୋଣାର୍କ ପକ୍ଷରୁ ଅର୍କ ବିହାର ସ୍ଥିତ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଗାୟକ ଶେଖର ସ୍ବର୍ଗତ ଜଗନ୍ନାଥ ବେହେରାଙ୍କ ଅମ୍ଳାନ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଉତ୍କଳୀୟ ପାଲା ଜଗତର କିମ୍ବଦନ୍ତୀ ପୁରୁଷ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପାଲା ଗାୟନାଚାର୍ଯ୍ୟ, ଓଡିଶା ସଂଗୀତ ନାଟକ ଏକାଡେମୀ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ସାରଳା ପୁରସ୍କାର, ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଭୃତିର ଅଧିକାରୀ, ଶ୍ରୀନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ପ୍ରାକ୍ତନ ସଭାପତି, ପାଲା କଲ୍ୟାଣ ପାଣ୍ଠି ର ସ୍ରଷ୍ଟା , ଶତାୟୁ ପୁରୁଷ ସ୍ବର୍ଗତ ଗାୟକ ଶେଖର ଶ୍ରୀଯୁକ୍ତ ଜଗନ୍ନାଥ ବେହେରାଙ୍କ ଅମ୍ଳାନ ସ୍ମୃତିରେ ଏହି ଶ୍ରଦ୍ଧାଞ୍ଜଳି ସଭା ଶ୍ରୀଜଗନ୍ନାଥ ରାଜ୍ୟ ପାଲା ଗବେଷଣା ଓ ତାଲିମ୍ କେନ୍ଦ୍ର କୋଣାର୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ରାଜ୍ୟ ପାଲା ଗବେଷଣା ଓ ତାଲିମ୍ କେନ୍ଦ୍ର କୋଣାର୍କ ସଭାପତି ଏନ. ଏ. ଶାହଃ ଅନସାରୀ, ସମ୍ପାଦକ ତଥା ବରିଷ୍ଠ ପାଲା ଗାୟକ ବସନ୍ତ କୁମାର ରାଉତ, ସହସମ୍ପାଦକ ବନବିହାରୀ ଗ୍ରହାଚାର୍ଯ୍ୟ, ସାଂସ୍କୃତିକ ସମ୍ପାଦକ ମଙ୍ଗରାଜ ବିଶ୍ୱାଳ, କୋଷାଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା, ସଂସ୍କୃତି ପ୍ରେମୀ ଉମେଶ ସ୍ୱାଇଁ, ଗାୟକ ପ୍ରଫୁଲ୍ଲ ଚନ୍ଦ୍ର ରାଉତ, ପାଲା ଗାୟକ ଅଜୟ କୁମାର ଦିକ୍ଷୀତ, ଗାୟକ ଡଃ ମଦନ ମୋହନ ଜେନା ପ୍ରମୁଖ ଯୋଗଦାନ କରି ପୁଣ୍ୟାତ୍ମା ମହାନ ପ୍ରତିଭାଦୀପ୍ତ ମଣିଷଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କର ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *