ନୟାଗଡ଼ରେ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା”

ନୟାଗଡ଼ରେ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା” — ଦେଶଭକ୍ତିରେ ପ୍ରକମ୍ପିତ ହେଲା ନୟାଗଡ଼ ସହରନୟାଗଡ଼ ତା. ୧୪.୮.୨୦୨୬ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାଜପାର ବରିଷ୍ଠ ନେତ୍ରୀ **ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନେତୃତ୍ୱରେ ଆଜି “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ, ଦିବ୍ୟ ଓ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା” ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ପୂର୍ତ୍ତ ବଙ୍ଗଳାଠାରୁ ପୁରୁଣା ରାଜବାଟୀ ପର୍ଯ୍ୟନ୍ତ ଆୟୋଜିତ ଏହି ଶୋଭାଯାତ୍ରାରେ ନୟାଗଡ଼ ସହର ଦେଶପ୍ରେମ ଓ ଜାତୀୟତାବୋଧରେ ମୁଖରିତ ହୋଇଉଠିଥିଲା।ଶୋଭାଯାତ୍ରାର ଏକ ବିଶେଷ ଆକର୍ଷଣ ଥିଲା ପ୍ରାୟ ବହୁ ମହିଳାଙ୍କ ଅଂଶଗ୍ରହଣ। ମହିଳାମାନେ ପ୍ରାୟ ୨୦୦ ମିଟର ଦୀର୍ଘ ବିଶାଳ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ନୟାଗଡ଼ ସହରର ମୁଖ୍ୟରାସ୍ତା ଦେଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଏଥିସହ ପ୍ରାୟ ଅନେକ ଭାଜପା କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ମୋଟରସାଇକେଲରେ ତ୍ରିରଙ୍ଗା ପତାକା ଲଗାଇ ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରି ପୁରୁଣା ରାଜବାଟୀଠାରେ ପହଞ୍ଚିଥିଲେ। “ଭାରତ ମାତା କୀ ଜୟ”, “ବନ୍ଦେ ମାତରମ୍” ସମେତ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା।ଏହି ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରାରେ ନୟାଗଡ଼ ଜିଲ୍ଲା ଭାଜପା ପ୍ରଭାରୀ ଶ୍ରୀ ସୁରଥ ବିଶ୍ୱାଳ, ନୟାଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପର୍ଶୁରାମ ସ୍ୱାଇଁ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ସାହୁଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ମଣ୍ଡଳ ପ୍ରଭାରୀ ଓ ସହ-ପ୍ରଭାରୀ, ଶକ୍ତିକେନ୍ଦ୍ର ପ୍ରମୁଖ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ସଂଗଠକ ଓ ବହୁ ସଂଖ୍ୟକ ଭାଜପା କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।ଏହି ଅବସରରେ ଜିଲ୍ଲା ସମ୍ପାଦିକା ଶ୍ରୀମତୀ ରିଙ୍କିନା ଗୌଡ଼ ଏବଂ ଜିଲ୍ଲା ଉପ-ସଭାପତି ଶ୍ରୀ ମାଧବ ବେହେରାଙ୍କ ସମେତ ବହୁ ଜିଲ୍ଲା ଓ ମଣ୍ଡଳସ୍ତରୀୟ ପଦାଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଶୋଭାଯାତ୍ରାର ସୁଚାରୁ ପରିଚାଳନାରେ ବରିଷ୍ଠ ନେତା ଦେବୀ ପ୍ରସାଦ ସାହୁ,ଶ୍ରୀ ରଂଜନ ରଶ୍ମି ଜେନା, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ କବିରାଜ ସାହୁ, ଶ୍ରୀ ଦିଲ୍ଲୀପ ପ୍ରଧାନ, କେଶବ ପାଲ,ପ୍ରଭାକର ବେହେରା, ରାଜ ପ୍ରଧାନ, ବିଜେପି ଯୁବ ନେତା ତାପସ ପାଢ଼ୀ,ଶ୍ରୀ ରମେଶ ପ୍ରଧାନ, ଶ୍ରୀ ମିଟୁ, ଶ୍ରୀ ମାଧବ ସାହୁ, ଶ୍ରୀ ରାଜ ପୃଷ୍ଟି, ଶ୍ରୀ ଦେବୀ ପ୍ରସାଦ ସାହୁଙ୍କ ସମେତ ବହୁ ଭାଜପା ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ସକ୍ରିୟ ଭୂମିକା ନିର୍ବାହ କରିଥିବା ବେଳେ ପ୍ରତ୍ୟେକ୍ଷ ଭାବ ସମସ୍ତ କାର୍ଯ୍ଯକ୍ରମ କିଶୋର ସାହୁ ଶୃଙ୍ଖଳାର ସହ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତପରିଶେଷରେ ପୁରୁଣା ରାଜବାଟୀସ୍ଥିତ ଭାଜପା କାର୍ଯ୍ୟାଳୟ ପରିସରରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ପାଳନ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶ ବିଭାଜନ ସମୟରେ ଅସୀମ ଯନ୍ତ୍ରଣା, ବିସ୍ଥାପନ ଓ ଜୀବନ ହରାଇଥିବା ଅସଂଖ୍ୟ ନିରୀହ ଲୋକଙ୍କୁ ସ୍ମରଣ କରାଯାଇଥିଲା।ବକ୍ତାମାନେ କହିଥିଲେ ଯେ, ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଆବଶ୍ୟକ। ତ୍ରିରଙ୍ଗା ଶୋଭାଯାତ୍ରା ଓ ବିଭାଜନ ବିଭୀଷିକା ସ୍ମୃତି ଦିବସ ମାଧ୍ୟମରେ “ଦେଶ ପ୍ରଥମ, ଦେଶର ଏକତା ସର୍ବୋପରି” ବାର୍ତ୍ତା ନୟାଗଡ଼ବାସୀଙ୍କ ନିକଟରେ ପହଞ୍ଚାଯାଇଥିଲାl

Leave a Reply

Your email address will not be published. Required fields are marked *