ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ତ୍ରିରଙ୍ଗା ଶୋଭାଯାତ୍ରା ବ୍ଯାସନଗର
ଅଦ୍ଯ ତା ୧୪/୦୮/୨୦୨୬ ଶୁକ୍ରବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ସହଯୋଗ ରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା କଳିଙ୍ଗ ନଗର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ସପନ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ କୋରାଇ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ମୁଖ୍ୟ ଅତିଥି ଓ ବ୍ଯାସନଗର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ବ୍ଯାସନଗର ମହାବିଦ୍ୟାଳୟ ପରିସରରୁ ବାହାରି କେଟିଲ ଛକ ( ଚୋରଦା ବାଇପାସ୍ ଛକ) ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବ୍ୟାସନଗର ମହାବିଦ୍ୟାଳୟର ଏନସିସି, ଏନ୍ ଏସ୍ ଏସ୍, ଓ୍ବାଇ ଆର୍ ସି ,ଅନ୍ୟ ସାଧାରଣ ଛାତ୍ରଛାତ୍ରୀ, ପୈ। ରପରିଷଦ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ବିଭିନ୍ନ ଏସ୍ ଏସ୍ ଜି ଗ୍ରୁପ୍ ର ସଭ୍ୟ ସଭ୍ୟା ଏବଂ ସାଧାରଣ ନାଗରିକ ମିଶି ପ୍ରାୟତଃ ସହସ୍ରାଧିକ ଜନତା ଅଂଶ ଗ୍ରହଣ କରିଥିଲେ। ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଦେଶାତ୍ମବୋଧକ ନାରା ଦେଇ ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ପରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ” ବିଭାଜନ ବିଭୀଷିକା ସ୍ମରଣ ଦିବସ” ପାଳନ କରାଯାଇଥିଲା। କ୍ଯାପ୍ଟେନ୍ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀ ଯୁକ୍ତ ସ୍ବାଇଁ ଏହି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଦିବଂଗତ ସହିଦ୍ ମାନଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ପ୍ରାଧ୍ୟାପକ ବବ୍ରୁବାହନ ଜେନା, ସନ୍ତୋଷ ରଥ, ବ୍ରଜକିଶୋର ମିଶ୍ର, ମହମ୍ମଦ ଟିକା ଖାଁ, ଅଧ୍ୟାପକ ଜୀବନ ବନ୍ଧୁ ଦାସ, ନିରଞ୍ଜନ ପୃଷ୍ଟି, ଲେଫ୍ଟ ନାଣ୍ଟ ଶଶିକାନ୍ତ ଲେଙ୍କା, ସିଟିଓ ଦୀପାଳି ପ୍ରିୟଦର୍ଶିନୀ, ରଞ୍ଜନ ମଲ୍ଲିକ, କୃଷ୍ଣ ଚନ୍ଦ୍ର ମିଶ୍ର, ରଜତ କାନ୍ତ ଦାସ, ଶରତ କୁମାର ଜେନା, ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ରିନାରାୟ, ଅତଶି କୁସୁମ ନାୟକ, ଚିରସ୍ମିତା ମିଶ୍ର, ସନାତନ ଦାସ, ଗୋଲକ ମହାକୁଡ଼, ବିବେକାନନ୍ଦ ଜେନା, ବିକାଶ ବେହେରା ପ୍ରମୁଖ ସହଯୋଗ କରିଥିଲେ।
