ନିମାପଡ଼ାରେ ବିଶାଳ ତ୍ରିରଙ୍ଗା ଶେଭାଯାତ୍ରା
ନିମାପଡ଼ାରେ ବିଶାଳ ତ୍ରିରଙ୍ଗା ଶେଭାଯାତ୍ରା। ହଜାର ହଜାର ଯୁବକ ମହିଳା ତ୍ରିରଙ୍ଗା ଯାତ୍ରାରେ ସାମିଲନିମାପଡ଼ା, ନିମାପଡ଼ାରେ ହର ଘର ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନିମାପଡ଼ା7 ନିର୍ବାଚନମଣ୍ଡଳୀ ର ହରିପୁର ଠାରୁ ତ୍ରିରଙ୍ଗାବିରାଟ ଶୋଭାଯାତ୍ରା ଆରମ୍ଭ ହୋଇ ୩୦ କିମି ବାଟ ଚାଲିବାପରେ ଚାରିଛକ ଠାରେ ଉଦଯାପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତ୍ବତ୍ବରେ ହଜାର ହଜାର ଛାତ୍ରଛାତ୍ରୀ,ଯୁବକ ,ମହିଳା ଏବଂ ବୁଦ୍ଧିଜିବିମାନେ ହାତରେ ଜାତୀୟ ପତକାକୁ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ୩୦ କିମି ପରିକ୍ରମା କରିଥିଲା। ଦେଶପ୍ରେମର ନୂଆ ଶିହରଣ ଖେଳାଇଦେଇଛି ହରଘର ତ୍ରିରଙ୍ଗା। ସ୍ବାଧୀନତାର ୮୦ତମ ବାର୍ଷିକ ପାଳନ କରିବାକୁ ଯାଉଛି। । ଦେଶର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ଅମର ସହିଦ ଓ ଦେଶ ପ୍ରେମୀମାନଙ୍କୁ ଶ୍ରଦ୍ଧାଞଳି ଜଣାଇବା , ଜାତୀୟତା ବୋଧ ଜାଗ୍ରତ କରିବା ଏବଂ ହରଘର ତ୍ରିରଙ୍ଗା କାର୍ଯ୍ରକ୍ରମକୁ ସଫଳ କରିବା ହେଉଛି ଦେଶମାତୃକା କୁ ମନେପାକଇବା ମୂଳ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଫ୍ରଭାତୀ ପରିଡ଼ା କହିଛନ୍ତି। ଆଜିର ଏହି ହରଘର ତ୍ରିରଙ୍ଗା ଶୋଭାଯାତ୍ରା ହରିପୁର ଠାରୁ ଶୋଭାଯାତ୍ରାରେ ଅଗ୍ରଭାଗରେ ରହି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନେତ୍ବନେଉଥିଲେ। ଶାଳଜଙ୍ଗ ,ଭାଣପୁର, ରେଞ୍ଛ , ଖେଲାର ବଜାର, ଧନୁଆଁ , କାଜିପାଟଣା ଛକ, , ରଟିଲୋ ଛକ , ନିମାପଡ଼ା ନୂଆବସଷ୍ଟାଣ୍ଡ, ଦୋଳବେଦୀ ଛକ, ଚାରିଛକଠାରେ ଉପସ୍ଥିତ ଥିବା ମହିଳା ଯୁବକ, ଅଙ୍ଗନବାଡ଼ି କର୍ମୀ, ମହିଳା ଗୋଷ୍ଠୀମାନେ ରାସ୍ତାକଡ଼ରେ ଠିଆହୋଇ ଶୋଭାଯାତ୍ରାକାରୀଙ୍କୁ ଫୁଲଦେଇ ଉଛ୍ବସ୍ବିତ ସମ୍ବର୍ଦ୍ଧନନା ଜଣାଇଥିଲେଥିଲା। ନୂଆବସଷ୍ଟଣ୍ଡ ଠାରେ ନିମାପଡ଼ା ଅଟୋ କଲେଜର ଶତ୍ରଛାତ୍ର ଅଧ୍ୟାପକ କର୍ମଚାରୀମାନେ ଏକତ୍ରିତ ହୋଇ ହରହର ତ୍ରିରଙ୍ଗର ଶେଭାଯାତ୍ରାକାରୀମାନଙ୍କୁ ଅଧ୍ୟକ୍ଷ ଡ଼, ରାଜକିଶୋର ମିଶ୍ର ପ୍ରଶାସନିକ ଅଧିକାରୀ ଡ଼. ରବିନ୍ଦ୍ର ପାଢୀ, ଅଧ୍ୟାପକ ମାନସରଞନ ସ୍ବାଇଁ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଶୋଭାଯାତ୍ରାରେ ଅଗ୍ରଭାଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ , ଯୁବମୋର୍ଚ୍ଚା ସଭାପତି ସାଇ ପ୍ରିତମ ପଟ୍ଟନାୟକ, ସାସଂଦ ପ୍ରତିନିଧୀ ମୀନଲତା ମଂହାନ୍ତି, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ବାଇଁ , ପ୍ରସନ୍ନ ଦାଶଙ୍କ ସମେତ ସରପଞ୍ଚ ଏବଂ ବିଜେପି କର୍ମକର୍ତ୍ତା ଉପସ୍ଥିତଥିଲେ ।
