ସ୍ୱାଧୀନତା ଦିବସରେ କୋଣାର୍କରେ ଭଲିବଲ ଟୁର୍ଣ୍ଣାମେଣ୍ଟ
ସ୍ୱାଧୀନତା ଦିବସରେ କୋଣାର୍କରେ ଭଲିବଲ ଟୁର୍ଣ୍ଣାମେଣ୍ଟ
ଯୋଗଦେବେ ଜାତୀୟସ୍ତରୀୟ ଖେଳାଳି
ସାମ୍ବାଦିକ ସମ୍ମିଳନୀରେ ସୂଚନା
ଦିବାରାତ୍ର ଖେଳର ମଜା ନେବେ ଦର୍ଶକ
କୋଣାର୍କ, ୦୯.୦୮- ଆସନ୍ତା ଅଗଷ୍ଟ ୧୫ ତାରିଖ ଦେଶ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ସହଯୋଗ କ୍ରମେ ପ୍ରତିବର୍ଷ ଭଳି ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ରିଙ୍ଗ ରୋଡ଼ ସ୍ଥିତ କୋଣାର୍କ ଏନଏସି କଲ୍ୟାଣ ମଣ୍ଡପଠାରେ ଆୟୋଜନ ହେବାପାଇଁ ଯାଉଅଛି I ଏନେଇ ରବିବାର ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଟେଲ ଶର୍ମା ମାରୱାଡି ପରିସରରେ ଆୟୋଜିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟକୁ କୋଣାର୍କ ସ୍ପୋର୍ଟ୍ସ ଏକାଡେମୀ ଓ ଜନମଙ୍ଗଳ ଯୁବ ସଂଗଠନ ମିଳିତ ଭାବରେ ଆୟୋଜନ କରୁଛନ୍ତି I ଏହା ଅଗଷ୍ଟ ୧୫ ତାରିଖ ଅପରାହ୍ନରେ ଆରମ୍ଭ ହୋଇ ରାତିତମାମ ଖେଳ ଶେଷ ପର୍ଯ୍ୟନ୍ତ ଜାରିରହିବ I ଯାହାର ମଜା ନେବେ ସ୍ଥାନୀୟ ଦର୍ଶକ। ଏଥିରେ ରାଜ୍ୟର ବଛାବଛା ୪ଟି ଦଳ ଭାଗ ନେବେ ବୋଲି ସୂଚନା ମିଳିଛି I ବାଲେଶ୍ୱର କ୍ଲବ, ପୁରୀ କ୍ଲବ, ରେନବୋ ଭୁବନେଶ୍ୱର ଓ ଚନ୍ଦ୍ରଭାଗା କ୍ଲବ ମଧ୍ୟରେ ମ୍ୟାଚ ଗୁଡିକ ଖେଳାଯିବ I ଏଥିରେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯିଵା ସହ ପ୍ରତିଭାବାନ ଖେଳାଳି ଙ୍କୁ ସମ୍ମାନିତ କରାଯିବ ବୋଲି କୋଣାର୍କ ସ୍ପୋର୍ଟ୍ସ ଏକାଡେମୀ ସଭାପତି ଚନ୍ଦ୍ରଶେଖର ରାଉତରାୟ ଓ ଜନମଙ୍ଗଳ ଯୁବ ସଂଗଠନ ସମ୍ପାଦକ ରାମକୃଷ୍ଟ ମହାନ୍ତି ସୂଚନା ପ୍ରଦାନ କରିଥିଲେ I ଏହି ବୈଠକରେ ରମାକାନ୍ତ ଖଟୋଇ, ରଶ୍ମି ରଞ୍ଜନ ବିଶ୍ୱାଳ, ସଂଗ୍ରାମ କେଶରୀ ସାହୁ, ଶିଶିର ସେଠ, ନୀଳମଣି ମହାନ୍ତି, ପ୍ରସନ୍ନ ମହାନ୍ତି, ମଙ୍ଗରାଜ ମୁଦୁଲି, ସ୍ୱାଧୀନ ନାୟକ, ବିପିନ ପରିଡା, ରମେଶ ସ୍ୱାଇଁ, ସୁଧାଂଶୁ ଶେଖର ପାଢ଼ୀ, ପିଙ୍କନ ଜେନା, ସୁଜିତ ରାଉତରାୟ, ବିଶ୍ୱଜିତ ରାଉତରାୟ, ସୁବ୍ରତ ମହାନ୍ତି ପ୍ରମୁଖ କ୍ଲବ୍ ସଦସ୍ୟ ଉପସ୍ଥିତ ଥିଲେ। I
