ଶ୍ରାବଣ ସୋମବାରେ ମହାଦେବଙ୍କୁ ଜଳାଭିଷେକ ପାଇଁ ଚନ୍ଦ୍ରଭାଗା ତୀର୍ଥରେ କାଉଡ଼ିଆଙ୍କ ଭିଡ

ଶ୍ରାବଣ ସୋମବାରେ ମହାଦେବଙ୍କୁ ଜଳାଭିଷେକ ପାଇଁ ଚନ୍ଦ୍ରଭାଗା ତୀର୍ଥରେ କାଉଡ଼ିଆଙ୍କ ଭିଡ

କୋଣାର୍କ (ଜ୍ଞାନ ରଞ୍ଜନ ବିଶ୍ଵାଳ)- ପବିତ୍ର ଶ୍ରାବଣ ମାସ ଦ୍ଵିତୀୟ ସୋମବାରରେ ନିଜର ମନ ପସନ୍ଦ ମହାଦେବଙ୍କ ମନ୍ଦିରରେ ମହାପ୍ରଭୁଙ୍କ ଜଳାଭିଷେକ କରିବା ପାଇଁ କୋଣାର୍କ ଚନ୍ଦ୍ରଭାଗା ତୀର୍ଥରେ କାଉଡ଼ିଆ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ରବିବାର ସକାଳୁ ସନ୍ଧ୍ୟା ଯାଏଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ କାଉଡ଼ିଆ ମାନେ ପୂଜାର୍ଚ୍ଚନା ପୂର୍ବକ ପବିତ୍ର ଜଳ ଗରାରେ ଭାରି ସୁସଜ୍ଜିତ ବାହୁଙ୍ଗିରେ ବୋଲବମ୍ ଡାକ ହରହର ବମ ଡାକ ଦେଇ ନିଜ ନିଜର ପ୍ରିୟ ମହାଦେବଙ୍କ ମନ୍ଦିରକୁ ଗମନ କରିଥିବା ଦେଖିବାକୁ ମିଳିଥିଲା। ବିଶେଷକରି କୋଣାର୍କ ଅଞ୍ଚଳର ପ୍ରସିଦ୍ଧ ବାବା ବାଲିକପିଳେଶ୍ୱର ମହାଦେବଙ୍କ ନିକଟକୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ପାଣି ଭାର ନେଇ ଯାଉଥିବା ଜଣାପଡିଛି। ଏଥି ସହିତ ଅନେକ ଶ୍ରଦ୍ଧାଳୁ ମଧ୍ୟ ନିଜ ନିଜ ଗ୍ରାମରେ ମହାଦେବଙ୍କ ଜଳାଭିଷେକ କରିବା ପାଇଁ ପାଣି ଭାର ନେଉଛନ୍ତି। ନିଜ ନିଜର ଓ ପରିବାର ପାଇଁ ମାନସିକ ରଖି ଶ୍ରଦ୍ଧାଳୁ ମାନେ ମହାଦେବଙ୍କ ଉପରେ ଗଭୀର ଅସ୍ଥା ପ୍ରକଟ କରି ପବିତ୍ର ଶ୍ରାବଣ ମାସରେ ଏପରି କରୁଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *