ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କର ୧୩୪ ତମ ଜୟନ୍ତୀ ପାଳନ

ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କର ୧୩୪ ତମ ଜୟନ୍ତୀ ପାଳନ ।
ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ଵର ଓ ଅନୁଷ୍ଠାନ ଆମର, ପୁରୀ ର ମିଳିତ ସହଯୋଗରେ ପୂର୍ବାହ୍ନ ୯ଘଟିକା ସମୟର ପୁରୀ ଟାଉନ୍ ହଲ ଛକ ସ୍ଥିତ ପ୍ରଭୁପାଦ ଓ ସଙ୍ଗୀତ ଗୁରୁ ମାର୍କଣ୍ଡେୟ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଦୀପଦାନ ଓ ସ୍ମୃତିଚାରଣ ସହରର ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ୱାରା କରାଯାଇଥିଲା । ସାୟଂକାଳରେ ବଡ଼ଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପ୍ରେକ୍ଷାଳୟ ଠାରେ ଅନୁଷ୍ଠାନ ଆମର ର ସଭାପତି ଶ୍ରୀ ଭାରତ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସନ୍ତୋଷ କୁମାର ସେଠୀ ଉପ ନିର୍ଦ୍ଦେଶକ ସୂଚ଼ନା ଓ ଲୋକ ସଂପର୍କ ବିଭାଗ, ଅନ୍ୟତମ ଅତିଥି ଭାବେ ଶ୍ରୀ ହେମନ୍ତ କୁମାର ବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ, ରାଜେଶ କୁମାର ମିଶ୍ର ଏମ୍.ଡି E24 ହସ୍ପିଟାଲ୍, ବିନୋଦ କୁମାର ପଣ୍ଡା ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ ଓଡିଶା, ପ୍ରସନ୍ନ କୁମାର ମିଶ୍ର, ଚକ୍ରଧର ମହାପାତ୍ର, ଭଗବାନ ସୁଆର, ଡା. ରାଧେଶ୍ୟାମ ରଥ, ଜିତେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଯୁଗ ପୁରୁଷ, ଓଡ଼ିଆ ଚଳଚ୍ଚିତ୍ରର ଜନକ ତଥା ଓଡ଼ିଆ ରାସ ସ୍ରଷ୍ଟା ପ୍ରଭୁପାଦଙ୍କର ଓଡିଆ ଭାଷା ସାହିତ୍ୟ ଓ ଓଡ଼ିଆ ଚଳଚିତ୍ର ପ୍ରତି ଥିବା ଅବିସ୍ମରଣୀୟ ଅବଦାନର ସ୍କୃତିଚାରଣ କରିଥିଲେ । ଇତ୍ୟବସରରେ ପ୍ରଭୁପାଦଙ୍କ ପ୍ରପୌତ୍ର ପ୍ରଫେସର ଇଂ ନଟରାଜ ଦେବ ଗୋସ୍ୱାମୀ ଓ ଡ. ଶଶିକାନ୍ତ ରଥଙ୍କୁ ସ୍ଵକୀୟ ପ୍ରତିଭା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ଡ. ବସନ୍ତ କୁମାର ମହାରଣା ଓ ଗୁରୁ ଅନ୍ନପୂର୍ଣ୍ଣା ତ୍ରିପାଠୀ ଶ୍ରୀ ଗୀତଗୋବିନ୍ଦ ଓ ପ୍ରଭୁପାଦଙ୍କ ସ୍ୱରଚିତ ମାନରଞ୍ଜନ ତଥା ପାରମ୍ପାରୀକ ସଂଗୀତ ଗାନ କରିଥିଲେ । ଏଥିରେ ଗୁରୁ ଶ୍ରୀ ସତ୍ୟନାରାୟଣ ଗୁରୁ, ହରିଶ୍ଚନ୍ଦ୍ର ଦାଶ, ମାଧବ ଶ୍ରୀଚନ୍ଦନ, ନାରାୟଣ ପାଣ୍ଡେ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ । ଶ୍ରୀ ଜଗନ୍ନାଥ ସାଂସ୍କୃତିକ ସଂସଦ ପୁରୀର ସୁଶ୍ରୀ ସୁଚିସ୍ମିତା ମହାରଣାଙ୍କ ନୃତ୍ୟ ନିର୍ଦ୍ଦେଶନାରେ ନୃତ୍ୟଶିଳ୍ପୀ ବିଷ୍ଣୁପ୍ରିୟା, ସୋନାଲି , ରଶ୍ମି ରେଖା, ସତ୍ୟପ୍ରିୟା ଓ ମଧୁସ୍ମିତା ପ୍ରଭୁପାଦଙ୍କ ରାସ ଓ ବାରମାସରେ ତେର ପରବ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ଅଭିଭୂତ କରିଥିଲେ । ଅନୁଷ୍ଠାନ ଆମର ର ସଂପାଦକ ଗୋବିନ୍ଦ୍ର ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆଶୁତୋଷ ପଣ୍ଡା, ବିଶ୍ଵ ରଂଜନ ଶତପଥି ପ୍ରମୁଖ ମଞ୍ଚ ପରିଚାଳନାରେ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *