ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା

ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା।

ପୁରୀ ୯/୮ ପୁରୀ ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ବା ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ।ଏହି କାର୍ଯ୍ୟକ୍ରମ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲାରେ ଜାରି ରହିବ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ପରାମର୍ଶ କ୍ରମେ ଜିଲ୍ଲା ସ୍ତର ସହ ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ ଏହି ସମୟ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସୂଚନା ଦେଇଛନ୍ତି।ଏହି ଅବସରରେ ଆଜି ପୂର୍ବାହ୍ନରେ ପୁରୀ ଲଳିତ କଳା ଗ୍ୟାଲେରୀ ଠାରେ ଫଟୋ ଚିତ୍ର ପ୍ରଦର୍ଶନୀ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଲଳିତ କଳା ଗ୍ୟାଲେରୀର ତତ୍ତ୍ବାବଧାରକ ସତ୍ୟ ନାରାୟଣ ପାଢୀ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

ଜାତୀୟତା,ଦେଶପ୍ରେମ ଓ ତ୍ରିରଙ୍ଗା ବିଷୟ ବସ୍ତୁ କୁ ନେଇ ଏହି କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।ଅଙ୍କନ ହୋଇଥିବା ଏହି ଚିତ୍ରକଳା ଗୁଡିକୁ ପୁରୀ ଲଳିତ କଳା ଗ୍ୟାଲେରୀ ରେ ଅଗଷ୍ଟ ୧୨ ତାରିଖରେ ପ୍ରଦର୍ଶିତ ହେବ ବୋଲି ସଂସ୍କୃତି ଅଧିକାରୀ ଶ୍ରୀ ବେହେରା ସୂଚନା ଦେବା ସହ ବହୁ ସଂଖ୍ୟାରେ ଜନ ସାଧାରଣ ଏହାକୁ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।।

Leave a Reply

Your email address will not be published. Required fields are marked *