ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁରଳ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ୮୦ ତମ ସ୍ବାଧିନତା ଦିବସ ପାଳନ ।

ଚିକିଟି, 15/8:ସ୍ଥାନୀୟ ସୁରଳ ଗ୍ରାମ ଠାରେ ଥିଵା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟ, ରେଡି ସାହି ତରଫରୁ ୮୦ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି ।ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ସ୍ଥାନୀୟ ସରପଞ୍ଚ ସସ୍ମିତା ସାହୁ, ପୂର୍ବତନ ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ନିଗମାନନ୍ଦ ପଣ୍ଡା, ରାଜୁ ରେଡି, ପ୍ରିୟରଞ୍ଜନ ବେହେରା, କୁଶ ରେଡି ଯୋଗଦେଇ ସକାଳ 8.30 ମିନିଟ୍ ସମୟରେ ଜାତୀୟ ପତାକା ଉତଳନ କରିଥିଲେ। ନିଗମାନନ୍ଦ ପଣ୍ଡା ନିଜ ଅଭିଭାଷଣରେ ଭାରତର ନିରପୁତ୍ର ମାନେ ଯେଉଁ ମାନେକି

ଦେଶ ସ୍ବାଧୀନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେହି ମହାନ୍ ସଂଗ୍ରାମୀ ମାନଙ୍କୁ ମନେପକାଇ ତାଙ୍କରି ଗୁଣ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସଭାପତି , ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଅଙ୍ଗନୱାଡ଼ି ର କୁନି କୁନି ପିଲାମାନେ ତାଙ୍କରି ଅଭିଭାବକ ମାନେ ଉପସ୍ଥିତ ଥିଲେ ।ସେହିପରି ସୁରଳ ଗ୍ରାମରେ ଥିବା 5 ଟି ବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ରେ ଉତ୍ସବ ପାଳନ କରାଯାଇଥିଲା.ଉପସ୍ଥିତ ସମସ୍ତଙ୍କୁ ମିଠା ଓ ଚକ୍ଲେଟ୍ ବଣ୍ଟନ କରି କାର୍ଯ୍ୟକ୍ରମ ସରସ ସୁନ୍ଦର କରିଥିଲେ ।

Leave a Reply

Your email address will not be published. Required fields are marked *