ଦେଶର ଘରେ ଘରେ ତ୍ରିରଙ୍ଗା ଉଡୁଛି
ଦେଶର ଘରେ ଘରେ ତ୍ରିରଙ୍ଗା ଉଡୁଛି ଆଜି lଗାଇସିଲେଟ -( ) ସାରା ଦେଶରେ ତ୍ରିରଙ୍ଗା ପତାକା ର ଲହରୀ ଖାଳୁଛି l ଆଜି ଦେଶ ସ୍ୱାଧୀନ ହେବାର ଅଶିତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏତ୍ୟୁବସରରେ ବି. ଆର. ଆମ୍ବେଦକର ମିନିଷ୍ଟାଡିୟମ ରେ ବ୍ଲକ ସ୍ତରୀୟ ସ୍ୱlଧୀନତା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଣୟ ସାହୁ, ବି. ଡି. ଓ. ଶ୍ରୀ ଲକ୍ଷ୍ମଣ ମାଝୀ ଏ. ବି. ଡି. ଓ. ଶ୍ରୀ ଭୀଷ୍ମ ମାଝୀ, ଜିଲ୍ଲା ପରିଷଦ ଜୋନ 1-ନୀଳମଣି ବରିହା, ଜୋନ 2-ଶ୍ରୀମତୀ ଝରଣା ପାଣିଗ୍ରାହୀ ସରପଞ୍ଚ ଶରତ କାଲୋ, ସମାଜ ସେବୀ ରଞ୍ଜନ ପଣ୍ଡା ଆଦି ମଞ୍ଚାସିନ ହୋଇଥିଲେ l ସମସ୍ତ ଅତିଥି ସୁମଧୁର ଭାଷଣ ରଖିଥିଲେ l ଏହି ପରିପ୍ରେକ୍ଷୀରେ ଚାଣ୍ଟି ପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ପଧାନ, ସହକାରୀ ଶିକ୍ଷକ ଶ୍ରୀ ସୁମନ୍ତ ବିଶ୍ୱାଳ, ଶିକ୍ଷକ ଶ୍ରୀ ଶତ୍ରୁଘ୍ନ ପଧାନ,ବିଜୟ ନାଏକ,ଶିକ୍ଷୟିତ୍ରୀ ଶ୍ରୀମତୀ ଲାବଣ୍ୟ ବତୀ ରାଉତ,ରେବନ୍ତି କାନ୍ତି ସାହୁ,ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହିତ ସହଯୋଗୀ କର୍ମୀ ନିଜ ବିଦ୍ୟାଳୟ ପରିସରରେ ଯାକ ଯମକରେ ସ୍ୱାଧୀନତା ଦିବସ ପାଳନ କରିଥିଲେ l ନିଜେ ଶିକ୍ଷକ ହୋଇଥିବାରୁ ପାଠ୍ୟ ପୁସ୍ତକରେ ଥିବା ତ୍ରିରଙ୍ଗା ପତାକା ଆକାଶେ ଉଡେ, ଦେଶ ଲାଗି ବୀର ସୈନିକ ଲଢ଼େ,, ପଦ୍ୟର ସାର ମର୍ମ ଛାତ୍ର ଛାତ୍ରୀଙ୍କ ପୁଙ୍ଖାନୁପୁଙ୍ଖ ବକ୍ତବ୍ୟ ମାଧ୍ୟମରେ ବୁଝେଇ ଥିଲେ ଓ ସ୍ୱାଧୀନତା ସଂଗ୍ରାମୀ ଦେଶ ଲାଗି କିପରି ସହିଦ ହୋଇଛନ୍ତି କହିଥିଲେ l ବର୍ତମାନ ଏହି ଆମ ଦେଶ ଯେଉଁ ନୀତି ନିୟମରେ ପରିଚାଳିତ ହେଉଛି ତାହା ବତିଶ ଡିଗ୍ରୀ ହାସଲ କରିଥିବା ବାବା ସାହେବ ବି. ଆର. ଆମ୍ବେଦକର ଙ୍କ ଲେଖନୀରେ ତିଆରି କରିଥିବା ଖସଡ଼ା ଆଜି ସର୍ବତ୍ର ପୂଜା ପାଉଛି l
