ବିରମିତ୍ରପୁର ତହସିଲଦାରଙ୍କ ପାରିବା ପଣିଆ୨୪ ଘଣ୍ଟାରେ ସରକାରୀ ଜମିର ମାଲିକାନା ବଦଳି
ବିରମିତ୍ରପୁର ତହସିଲଦାରଙ୍କ ପାରିବା ପଣିଆ୨୪ ଘଣ୍ଟାରେ ସରକାରୀ ଜମିର ମାଲିକାନା ବଦଳିଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ଦୁର୍ଗା ତନ୍ତୀରାଉରକେଲା : ଗତ କିଛିଦିନ ତଳେ ସୁନ୍ଦରଗଡ ରାଜସ୍ୱ ଜିଲ୍ଳା ଅଞ୍ଚଳରେ ଥିବା ଲାଠିକଟା ତହସିଲରେ ବ୍ୟାପକ ଜମି ଦୁର୍ନୀତି ହେଉଥିବା ଅଭିଯୋଗ କରି ସମ୍ପୃକ୍ତ ତହସିଲ ଅଧୀନରେ ଥିବା ଅନେକ ଗ୍ରାମର ଶତାଧିକ ଜନତା ଆସି ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣାରେ ବସିଥିଲେ । ବର୍ତ୍ତମାନ ସେଇ ସୁନ୍ଦରଗଡ ଜିଲ୍ଲା ଅଧୀନରେ ଥିବା ବିରମିତ୍ରପୁର ତହସିଲରେ ବ୍ୟାପକ ମାତ୍ରରେ ସରକାରୀ ଜମିକୁ ରାତାରାତି ଜମି ଦଲାଲ/ମାଫିଆ ମାନଙ୍କ ହାତରେ ଟେକିଦେଇଉଥିବାର ଘଟଣା ପଦାକୁ ଆସିଛି । ଏ ସମ୍ବନ୍ଧରେ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ନିଜ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରମିତ୍ରପୁର ତାହାସିଲରେ ଥିବା ଲହଣ୍ଡା ମୌଜାର ଖାତା ନମ୍ବର-୪୪/୧୪ ର ମାଲିକ ଫିରୁ କୁମ୍ଭାର ଙ୍କ ନାମରେ ୨୨/୬ ୨୬ ଋଖ ସୁଧା ମାତ୍ର ୪ ଡେସିମିଲ ଘରବାଡି ପ୍ଲଟ ଥିଲା । ତେବେ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେହି ଖାତା ନମ୍ବର-୪୪/୧୪ର ମାଲିକ ଫିରୁ କୁମ୍ଭାରଙ୍କ ନାମରେ ୩ ଏକର ୯୦ ଡେସିମିଲ ଜମି ହୋଇଯାଇଥିଲା । ଯେଉଁଥିରେ ସରକାରୀ ଜମି (ଗୋଡା ଦୁଇ)-ହେଉଛି ୩ଏକର୮୬ଡେସିମିଲ । ସେହିପାରି ସେହି ଲାହଣ୍ଡା ମୌଜା ଅଞ୍ଚକରେ ଥିବା ଅନ୍ୟ ଏକ ଖାତା ନମ୍ବର-୪୪/୭ର ମାଲିକ ଗନ୍ଦରା ଓରାମଙ୍କ ନାମରେ ବାସ୍ତବରେ ୪ଡେସିମିଲର ଏକ ପ୍ଲଟ ଥିଲା କିନ୍ତୁ ତହସିଲର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ହାତବାରିସ କରି କିଛି ଜମି ମାଫିଆ ମାନେ ନିଜର ନିହିତ ସ୍ୱାର୍ଥ ସାଧନ ପାଇଁ ଜମି ମାଲିକଙ୍କ ନାମରେ ପ୍ରାୟ ୩ଏକର ୮୦ଡେସିମିଲ ସରକାରୀ ଜମି(ଗୋଡା ଦୁଇ)କୁ ଯୋଡି ଦେଇଥିଲେ । ସେହିପରି।ମିଟକୁନ୍ଦୁରି ମୌଜା ର କଗସ୍ତା ନମ୍ବର-୧୫/୧ ର ମାଲିକ ହରଲ ଝରାଙ୍କ ନାମରେ ମାତ୍ର ୪ ଡେସିମିଲ ର ଏକ ପ୍ଲଟ ଥିବାବେଳେ ହଠାତ ତାଙ୍କ ନାମରେ ରାତାରାତି ୩ ଏକରବ୯୬ ଡେସିମିଲ ସରକାରୀ ଜମିକୁ ଯୋଡି ସର୍ବମୋଟ ୪ଏକର କରିଦିଆଯାଇଥିଲା । ତେବେ କୌଣସି ସୂତ୍ରରୁ ଏପରି ଦୁର୍ନିତି ସମ୍ବନ୍ଧରେ ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ହଠାତ ବିରମିତ୍ରପୁର ତହସିଲକୁ ଗସ୍ତରେ ଯାଇ ତହସିଲଦାରଙ୍କୁ ଏ ସମ୍ବନ୍ଧରେ ପଚାରିଥିଲେ । ତଦନ୍ତ ସମୟରେ ଯଦିଓ ତହସିଲର ଅଧିକାରୀ ଓ କର୍ମଚାରୀ ମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ତେବେ ଅଧକ୍ଷଙ୍କ ଗସ୍ତର ୨୦/୨୫ ଦିନପରେ ତହସିଲର କରିତକର୍ମା ଅଧିକାରୀ ଓ କର୍ମଚାରୀ ମାନେ ଉପରୋକ୍ତ ସମସ୍ତ ପଟ୍ଟାକୁ ବଦଳାଇ ପୁଣିଥରେ ପୂର୍ବବସ୍ଥା କୁ ଆଣିଦେଇଥିଲେ । ଅର୍ଥାତ ଖାତା ନମ୍ବର-୪୪/୧୪ ରେ ୪ ଡେସିମିଲ, ଖାତା ନମ୍ବର-୪୪/୧୪ରେ ମଧ୍ୟ ୪ ଡେସିମିଲ,ଏବଂ ୧୫/୧ରେ ମଧ୍ୟ ୪ ଡସିମିଲ ଜମି ଥିବା ଦର୍ଶାଇ ଦେଇଥିଲେ । ଆମ ରାଜ୍ୟରେ ଯଦି ଜଣକ ନାମରେ ସରକାରୀ ଜମି କରାଯିବ ତେବେ ଏଥିପାଇଁ ବହୁ କଡା ନିୟମ ଥିବାବେଳେ ସରକାରୀ ଜମି ଖଣ୍ଡେ ପାଇବା ପାଇଁ ମାସମାସ ଲାଗିଯାଉଥିବାବେକେ ଏଠି ମାତ୍ର ୨୪ ଘଣ୍ଟାରେ ଏକର ଏକର ସରକାରୀ ଜମିକୁ ଶାଗ ମାଛ ଦରରେ ଲୋଜଙ୍କ ନାମରେ କରିଦିଆଗଲା କିପରି ବୋଲି ପ୍ରଶ୍ନ କରିଛନ୍ତି ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ।ଇଏତ ଖାଲି ନମୁନା ମାତ୍ର ଏପରି ବିରମିତ୍ରପୁର ତହସିଲରେ ସହ ସହ ଏଜର ସରକାରୀ ଜମିର କିଣା ବିକା କରି ସହ ସହ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଅଭିଯୋଗ କରି ଏଥିରେ ତହସିଲଦାରଙ୍କ ଭୂମିକା ନିଶ୍ଚିତଭାବେ ସନ୍ଦେହ ଘେରରେ ବୋଲି ବିଧାୟକ ଶ୍ରୀ ତନ୍ତୀ କହିବା ସହିତ ବିରମିତ୍ରପୁର ତହସିଲରେ ସମସ୍ତ ସରକାରୀ ଜମି ମିୟୁଟେସନ କେଶର ଭିଜିଲାନ୍ସ ବିଭାଗ ଦ୍ଵାରା ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିଜଟରେ ଦାବି ରଖିବା ସହିତ ସୁନ୍ଦରଗଡ ଜିଲ୍ଲାରେ ଥିବା ସମସ୍ତ ୧୭ଟି ଯାକ ବ୍ଲକରେ ହୋଇଥିବା ଏକାଧିକ ସରକାରୀ ଜମି କିଣା ବିଜାର ତଦନ୍ତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।-
