ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ, ୧୫/୦୮: ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଜାନୁଗଞ୍ଜସ୍ଥିତ ଦିବ୍ୟମ ପରିସରରେ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପତାକା ଉତ୍ତୋଳନ ପରେ ଉପସ୍ଥିତ ସଦସ୍ୟମାନେ ଜାତୀୟ ସଙ୍ଗୀତ ଗାନ କରିବା ସହ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଉପଦେଷ୍ଟା ଡା. ରବୀନ୍ଦ୍ର କୁମାର ନାୟକ, ବିଚିତ୍ରାନନ୍ଦ ମହାନ୍ତି, ଇନ୍ଦ୍ରମଣି ପଣ୍ଡା, ତାପସ ମହାନ୍ତି, ସଂଗୀତା ଦେ, ସଂଯୁକ୍ତା ଯାଦବ, ଶାନ୍ତିଲତା ବାରିକ, ଉପେନ୍ଦ୍ର ବାରିକ ଓ ବିଜୟ ସେନାପତିଙ୍କ ସମେତ ମହାସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।ବକ୍ତାମାନେ ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସ୍ୱାଧୀନତା ସଂଗ୍ରାମର ଇତିହାସ, ଦେଶ ପାଇଁ ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ।

ଦେଶର ଅଖଣ୍ଡତା, ଭାଇଚାରା ଓ ସାମାଜିକ ସୌହାର୍ଦ୍ଦ ବଜାୟ ରଖିବା ସହିତ ବରିଷ୍ଠ ନାଗରିକମାନେ ସମାଜ ପ୍ରତି ନିଜର ଦାୟିତ୍ୱ ଆହୁରି ସୁଦୃଢ଼ କରିବାକୁ ମତ ପ୍ରକାଶ କରିଥିଲେ।ଅନ୍ୟପକ୍ଷରେ ଚରମ୍ପା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମଧ୍ୟ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଏରେଇଁ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ଉତ୍ସବରେ ସଂଘର ସଭାପତି ଗଗନ ବିହାରୀ ରାଉତ ଓ ସମ୍ପାଦକ କୈଳାଶ ମହାପାତ୍ରଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ଏହି ଅବସରରେ ସୁଦର୍ଶନ ବିଶ୍ୱାଳ, ରତ୍ନାକର ମଲ୍ଲିକ, ବାସନ୍ତୀ ଲତା ନାୟକ, ମଧୁସୂଦନ ମହାନ୍ତି, ପ୍ରାଣବନ୍ଧୁ ସାମନ୍ତ, ଆନନ୍ଦ ଚନ୍ଦ୍ର ମଲ୍ଲିକ, ସନାତନ ଜେନା, ବିନାୟକ ମଲ୍ଲିକ ଓ ପଦ୍ମଲୋଚନ ମହାଳିକଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତେ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିବା ସହ ଦେଶର ଏକତା ଓ ଅଖଣ୍ଡତା ପାଇଁ ଶପଥ ନେଇଥିଲେ।ବରିଷ୍ଠ ନାଗରିକମାନେ ଦେଶର ଅଭିଜ୍ଞତାସମ୍ପନ୍ନ ନାଗରିକ ଭାବେ ସମାଜ ଗଠନରେ ନିଜର ଅବଦାନ ଜାରି ରଖିବା ଏବଂ ଯୁବପିଢ଼ିଙ୍କୁ ଦେଶପ୍ରେମ, ଶୃଙ୍ଖଳା, ସେବା ଓ ମାନବିକତାର ମାର୍ଗରେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ। ଦୁଇଟି ସ୍ଥାନରେ ଆୟୋଜିତ ଏହି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଦେଶପ୍ରେମର ଭାବନା ଓ ସାମାଜିକ ଏକତାର ବାର୍ତ୍ତା ପ୍ରଦାନ କରିଥିଲା।

Leave a Reply

Your email address will not be published. Required fields are marked *