ଜାତୀୟ ପତାକାକୁ ଅବମାନନା କରିବା ଦୁଃଶାସ ପିଏନବି ବ୍ୟାଙ୍କ କର୍ମଚାରୀଙ୍କୁ ଦେଲା କିଏ ?
ସୋର ୧୫/୦୮/୨୬ ଆଜି ଭଳି ପବିତ୍ର ଦିନରେ ଆମ ଦେଶ ଭାରତ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ସହରଠାରୁ ପଲ୍ଲୀ ପର୍ଯ୍ୟନ୍ତ ଦେଶପ୍ରେମର ଗାଥା ଗାଉଛି ସାରା ଭାରତ। ହେଲେ ଏହି ଜାତୀୟ ଉତ୍ସବରେ ଜାତୀୟ ପତାକାକୁ ଅସମ୍ମାନ ଓ ଅବମାନନା ହୋଇଥିବା ଦୃଶ୍ୟ ଦେଖୁବା ନିଜକୁ ଲଜ୍ଜା ଅନୁଭବ ହେଉଛି । ଦୃଶ୍ୟ ଟି ହେଉଛି ବାଲେଶ୍ଵର ଜିଲ୍ଲା ସୋରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର। ଜାତୀୟ ପତାକା ଉତୋଳନ ନେଇ ଅଭିଯୋଗ ଉଠିଛି। ସୂଚନା ଅନୁଯାୟୀ ଆଜି ସକାଳେ ବ୍ୟାଙ୍କ ଆଗରେ ଠିକ୍ ଭାବରେ ଜାତୀୟ ପତାକା ଉତ୍ତୋଳନ କରାଯାଇନଥିବା ଦେଖିବାକୁ ମିଳିଛି। ଏକ କାଠିରେ ସହିତ ପତାକାକୁ ୧୦ ଏମ ଏମ ରଡ଼ରେ ପୁରାଇ ଏକ କାଠି ସାହାଯ୍ୟ ରେ ବାନ୍ଧି ରଖାଯାଇଛି ଏବଂ ସହିତ ପତାକାର ଅନ୍ୟ ପାଶ୍ୱର୍ରେ ପ୍ଲାଷ୍ଟିକ ସୂତାରେ ବାନ୍ଧି ସଟରେ ବାନ୍ଧି ଟଣା ଯାଇଛି ଏବଂ ପତାକା ତଳେ ଗୁଟୁକା ଜରି ଗୋଡ଼ିକ ପଡ଼ିଥିବା ଦେଖିବାକୁ ମିଳିଛି। ଇଏ କଣ ଜାତୀୟ ପତାକା ଉଡ଼ାଇବା ପାଇଁ ବ୍ୟାଙ୍କ କର୍ମଚାରୀ ବାବୁ ନୁଆ ନିୟମ ବାହାର କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଲୋକେ ଆପତ୍ତି ଓ ଅଭିଯୋଗ ଉଠାଇଛନ୍ତି। କିନ୍ତୁ ବଡ଼ ପ୍ରଶ୍ନ— ବର୍ଷା ହେଉଥିଲା ବୋଲି କ’ଣ ଜାତୀୟ ପତାକା ଉତ୍ତୋଳନ କୁ ଯାହା ଇଛା ତାହା କରିଦେବା ଏହା କ’ଣ ଠିକ୍ କାରଣ କି ? ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା, ପଞ୍ଜାବ ନେସନାଲ ବ୍ୟାଙ୍କ ନିକଟରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରେ ଜାତୀୟ ପତାକା ଉତ୍ତୋଳନ କରିପାରିଥିବା ବେଳେ, ଏଠାରେ କାହିଁକି ବ୍ୟତିକ୍ରମ ? ସ୍ୱାଧୀନତା ଦିବସ ଭଳି ଏକ ଜାତୀୟ ଦିବସରେ ଜାତୀୟ ପତାକାକୁ ନେଇ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ଏକ ଚିନ୍ତାର ବିଷୟ।ଏହି ଘଟଣାର ମୁଖ୍ୟ ଦାୟୀ କିଏ ? ଏହାର ଯେମିତି ପୂର୍ଣ୍ଣାଆବୃତ୍ତି ନହୁଏ ସେଥିପ୍ରତି ସଚେତନ ରହିବାକୁ ବୁଦ୍ଧିଜିବୀ l
