ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ପୁରୀ ୧୬/୮ ପୁରୀ ଜିଲ୍ଲା ସ୍ତରୀୟ ୮୦ ତମ ସ୍ବାଧୀନତା ଦିବସ ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଏହାକୁ ସ୍ବାଧୀନତା ଦିବସ ର ମୁଖ୍ୟ ଅତିଥି ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ସ୍ବାଧୀନତା ଦିବସ ପରି ଏକ ମହାନ ଦିନରେ ରକ୍ତଦାନ ପରି ଏକ ମହତ ଦାନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ।ପରେ ମନ୍ତ୍ରୀ ସମସ୍ତ ରକ୍ତ ଦାତା ଙ୍କ ନିକଟକୁ ଯାଇ ସେମାନ ଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା,

ଏସପି ପ୍ରତୀକ ସିଂ,ଡିଏଫଓ ଧନଜୀ ମଗର ରାକସୋ,ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ଶାଖା ର ସଂପାଦକ ଅନୁଶ୍ରବ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଜିଲ୍ଲା ରେଡକ୍ରସ ଶାଖା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ ବ୍ୟାଙ୍କ, ଭାରତ ବିକାଶ ପରିଷଦ, ବଡଶଙ୍ଖ ଯୁବ ସାଂସ୍କୃତିକ ପରିଷଦ, ସମ୍ପର୍କ ଓ ସମର୍ପଣ ଅନୁଷ୍ଠାନ ଏହି ରକ୍ତ ଦାନ ଶିବିର ରେ ସାମିଲ ଥିଲେ।ପୂର୍ବରୁ ମନ୍ତ୍ରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରର ରୋଗୀ ମାନଙ୍କୁ ଫଳ ବଣ୍ଟନ ସହ ଚାରା ରୋପଣ କରିଥିଲେ।
