ନୟାହାଟରେ ବିଜେପି ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ଗୋପ- ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ବଜାରରେ ବିଜେପି ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଯୁବ ସଂଗଠକ ବିଶ୍ଵ ରଞ୍ଜନ ଦଳାଇଙ୍କ ନେତୃତରେ କାକଟପୁର ନିର୍ବାଚନ ମଣ୍ଡଳୀ ଅଧୀନ ଗୋପ ବ୍ଲକ ନୟାହାଟ ମଣ୍ଡଳ ସଖା ଅଫିସ ଶୁଭ ଆରମ୍ଭ କରାଯାଇଥିଲା। ୮୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।

କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ସମସ୍ତ ୧୪ ପଞ୍ଚାୟତ ମୁଖ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଅନନ୍ତ ସାହୁ, ବାବୁଲାଲ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, କେଦାର ନାଥ ସାହୁ, ଶରତ ମହାରଣା, ଭାଗିରଥ ଦଳାଇ, କାବୁଲି ଶାସମଲ, ରଞ୍ଜନ ପାତ୍ର, ଗଜରାଜ ଯେନା, ବିଦ୍ୟାଧର ବିଶ୍ୱାଳ, ପ୍ରଶାନ୍ତ ସାହୁ, କାଳନ୍ଦୀ ବାରିକ, ସୁଶାନ୍ତ ପରିଡା, ଜୟନ୍ତ ସେଠି, ଚନ୍ଦ୍ରମଣି ତ୍ରିପାଠୀ, , ପ୍ରଭାତ ପାତ୍ର, ଭବାନୀ ଶଙ୍କର ମହାନ୍ତି ଓ ପ୍ରେମାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *