ସ୍ୱାଧୀନତା ଦିବସ ପାଳନ*ଯକ୍ଷ୍ମା ରୋଗୀଙ୍କୁ ପୋଷଣ କୀଟ୍ ପ୍ରଦାନ

ସ୍ୱାଧୀନତା ଦିବସ ପାଳନ*ଯକ୍ଷ୍ମା ରୋଗୀଙ୍କୁ ପୋଷଣ କୀଟ୍ ପ୍ରଦାନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ରକ୍ତ ଦାନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତ ରଥ ମୁଖ୍ୟ ଅତିଥି,ଏସପି ଶୁଭେନ୍ଦୁ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ୱାର୍ଡରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ।ଏହି ଅବସରରେ ‘ନି-କ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ଜିଲା ଚିକିତ୍ସା ଅଧକାରୀ ଡାକ୍ତର ସୁଶାନ୍ତ ସ୍ବାଇଁ ଙ୍କ ଯକ୍ଷ୍ମା ରୋଗରେ ଚିକିତ୍ସାଧୀନ ନୟାଗଡ ବ୍ଲକର ପାଞ୍ଚ ଜଣ ଯକ୍ଷ୍ମା ରୋଗୀ ଙ୍କୁ “ପୋଷ୍ୟ” ଭାବେ ଗ୍ରହଣ କରିଛନ୍ତି । ସରକାର ଯକ୍ଷ୍ମା ରୋଗୀଙ୍କ ପୁଷ୍ଟିକର ଖାଦ୍ୟର ପ୍ରତ୍ୟକ୍ଷ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପରିକଳ୍ପନା କରିଛନ୍ତି ।

ଏହା ଦ୍ୱାରା ମାକ୍ରୋନ୍ୟୁଟ୍ରିଏଣ୍ଟସ୍ (କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଏବଂ ଫ୍ୟାଟ୍) ବ୍ୟତୀତ ଜଣେ ଯକ୍ଷ୍ମା ରୋଗୀଙ୍କ ଖାଦ୍ୟରେ ଜିଙ୍କ, ଆଇରନ୍, ଭିଟାମିନ୍ ଡି ଏବଂ ଫୋଲିକ୍ ଏସିଡ୍ ଭଳି ମାଇକ୍ରୋ ପୋଷକ ତତ୍ତ୍ୱ ଆବଶ୍ୟକ ହୁଏ ତାହା ପୂରଣ ହୋଇପାରିବ | ଏଥିପାଇଁ ରୋଗୀକୁ ଡାଲି, ଚାଉଳ, ତେଲ, ହରଲିକ୍ସ ଓ ଅଣ୍ଡା ଥିବା ଏକ ଖାଦ୍ୟ ପ୍ୟାକେଟ୍ ପ୍ରତିମାସରେ ଚିକିତ୍ସା ଚାଲିଥିବା ପର୍ଯ୍ୟନ୍ତ ଦିଆଯିବାର ପ୍ରତିଶୃତି ଦିଆଯାଇଥିଲା । ଏହି ଅବସରରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ, ଜିଲ୍ଲା କାର୍ଯ୍ୟକମ ପରିଚାଳକ ପ୍ରକାଶ ବାନାର୍ଜୀ, ରୁଦ୍ରପ୍ରସାଦ ଜେନା, ଦୀପକ ଦଳବେହେରା, ଆଶୁତୋଷ ସାମନ୍ତସିଂହାରଙ୍କ ସଂଯୋଜନାରେ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *