ଦାଦନ ଶ୍ରମିକଙ୍କ ପରିବାରକୁ ଭେଟିଲେ ବିଜେଡ଼ି ଦଳ ।

ହିଞ୍ଜିଳିକାଟୁ ୧୮/୦୮/୨୬ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଖରିଡ଼ାଗ୍ରାମର ଗାନ୍ଧୀ ନଗର ସାହିର ନିର ବେହେରାଙ୍କ ଅକାଳ ମୃତ୍ୟୁ ଦାଦନ ଖଟିବାକୁ ଯାଇ ହୋଇଥିଲା ।ତାଙ୍କ ବୟସ (୪୫) ବେଳେ ସୁରତରେ କାର୍ଯ୍ୟ କରିବାକୁ ଯାଇ ସେଠାରେ ମୃତ୍ୟୁ ଘଟିଛି । ତାଙ୍କର ଏହି ଅକାଳ ମୃତ୍ୟୁ ଖବର ଶୁଣି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ବିରୋଧୀ ଦଳର ନେତା ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ଦଳର ଏକ ୫ଜଣିଆ ପ୍ରତିନିଧି ଦଳ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଶୋକକୁଳ ପରିବାର ସହ କଥାବାର୍ତ୍ତା ହେବା ସହ ଦ୍ବାଦଶ କାର୍ଯ୍ୟ ନିମନ୍ତେ ନବୀନ ପଟ୍ଟନାୟକଙ୍କ ତରଫରୁ ବିଜେଡିଦଳର ୫ଜଣିଆ ପ୍ରତିନିଧି ଦଳ କିଛି ଆର୍ଥିକ ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ।ଏହା ସହିତ ବିଧବା ଭତ୍ତା ,ସରକାରୀ ସହାୟତା ନେଇ ଜିଲ୍ଲାପାଳ ଗଞ୍ଜାମ ଏବଂ ହିଞ୍ଜିଳି ବିଡ଼ିଓଙ୍କୁ ଭେଟିବା ନେଇ ତାଙ୍କ ପରିବାରକୁ ବିଜେଡି ପ୍ରତିନିଧି ଦଳ ପ୍ରତିଶୃତି ଦେଇଛନ୍ତି ।ବିରୋଧୀ ଦଳର ନେତାଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର , ଜିଲ୍ଲା ପରିଷଦ ସଭ୍ୟ ତଥା ବିଧାୟକଙ୍କ ପ୍ରତିନିଧି ଏ ସୁଦର୍ଶନ ,ବିଜେଡି ବ୍ଳକ ସଭାପତି ଦୁର୍ଗା ମାଧବ ମହାନ୍ତି ,ସରପଞ୍ଚଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ଗୌଡ ,ସମିତି ସଭ୍ୟ ପ୍ରତିନିଧି ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ୫ଜଣିଆ ବିଜେଡିଦଳର ପ୍ରତିନିଧି ଶୋକାକୁଳ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇବା ସମସ୍ତ ସରକାରୀ ସାହାଯ୍ୟ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *