ଦିର୍ଘ ତିନି ମାସ ହେଲା ଖାଲି ପଡିଛି ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚୌକି

ବଡ଼ଚଣା : ଜାତୀୟରାଜପଥ ୧୬ ନମ୍ବର ଚଣ୍ଡିଖୋଲ ଠାରେ ଆଇନ ଶୃଙ୍ଖଳା ,ଟ୍ରାଫିକ ନିୟନ୍ତ୍ରଣ ସହ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳର ବିଭିନ୍ନ କାର୍ଯ୍ୟକ୍ରମ ନିୟନ୍ତ୍ରଣ ପାଇଁ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଏଥି ସହ ଚଣ୍ଡିଖୋଲ ଫାଣ୍ଡି ଅଧିନରେ ବଡଚଣା ବ୍ଲକର ସୁଙ୍ଗୁଡା,ଶାନ୍ତିପୁର, ଅରଖପୁର ,କୁନ୍ଦଳ ଗ୍ରାମ ପଞ୍ଚାୟତ ସହ ଧର୍ମଶାଳା ବ୍ଳକର ପଟୁଣିଆ ଗ୍ରାମ ପଞ୍ଚାୟତର କିଛି ଅଂଶ ରହିଅଛି।ଏଠାକାର ଜନ ସଙ୍ଖ୍ୟା ଓ ବ୍ୟସ୍ତ ବହୁଳ ଚଣ୍ଡିଖୋଲ ବଜାର ସ୍ଥିତ ନିୟନ୍ତ୍ରଣ କରିବା ପୋଲିସ ପକ୍ଷେ ପ୍ରତ୍ୟେକ ଦିନ ଏକ ଚ୍ୟାଲେଞ୍ଜ ପାଲଟିଥାଏ। ଏଠାରେ ଅନେକ ସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନକୁ ଦୈନିକ ଶହ ଶହ ଲୋକ ଯାତାୟତ କରିଥାନ୍ତି।ଏଠାରୁ ଦିର୍ଘ ତିନି ମାସ ହେବ ଫାଣ୍ଡି ଅଧିକାରୀ ବଦଳି ହେବା ସହ ଜଣେ କନେଷ୍ଟବଳ ଅବସରପ୍ରାପ୍ତ ହୋଇଛନ୍ତି।ଉଭୟ ପଦବୀ ପରେ ମଧ୍ୟ ଏଠାକାର ସ୍ଥିତି ନିୟନ୍ତ୍ରଣ ପାଇଁ ଆହୁରି ଅଧିକ କର୍ମଚାରୀଙ୍କ ଆବଶ୍ୟକତା ରହିଛି।ଆବଶ୍ୟକ ପୋଲିସ ନଥିବାରୁ ଦୈନିକ ଚୋରି,ରାହାଜାନୀ ସହ ବିଭିନ୍ନ ପ୍ରକାର ମାଲିମକଦ୍ଦମା ବଢି ବଢି ଚାଲିଛି।ଯାଜପୁର ଆରକ୍ଷୀ ଅଧିକ୍ଷକ ଏଭଳି ଏକ ସ୍ଥାନରେ ଥିବା ବିବିଧ ସମସ୍ୟାକୁ ଉପଲବ୍ଧ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାଣରେ ଦାବୀ ହେଉଅଛି।

Leave a Reply

Your email address will not be published. Required fields are marked *