ରୋଗୀ ବସିଥିବା ବେଳେ ଛାତରୁ ଖସିଲା ସିମେଣ୍ଟ ଅତଡ଼ା, ଅଳ୍ପକେ ବର୍ତ୍ତିଲେ ରୋଗୀ ।।

ମାଥିଲି: ମାଥିଲି ଉପକଣ୍ଠ ଚିକିତ୍ସାଳୟରେ ଆଜି ଏକ ଅଘଟଣକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରୋଗୀମାନେ ବସିଥିବା ସମୟରେ ହଠାତ୍ ଚିକିତ୍ସାଳୟର ଛାତରୁ ବଡ଼ ବଡ଼ ସିମେଣ୍ଟ ଓ ପ୍ଲାଷ୍ଟର ଅତଡ଼ା ଖସି ପଡ଼ିଥିବା ଅଭିଯୋଗ ହୋଇଛି।ଛାତରୁ ଖସିଥିବା ଭଙ୍ଗା ସିମେଣ୍ଟ ଅତଡ଼ା ଚିକିତ୍ସାଳୟର ଚଟାଣ ଉପରେ ଛିଟିଯାଇଥିବା ଦୃଶ୍ୟ ଚିନ୍ତାଜନକ। ଘଟଣା ସମୟରେ ସେହି ସ୍ଥାନରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଉପସ୍ଥିତ ଥିବାରୁ ଯଦି ଅତଡ଼ା କାହାରି ଉପରେ ପଡ଼ିଥାନ୍ତା, ତେବେ ବଡ଼ ଧରଣର ଅଘଟଣ ଘଟିପାରିଥାନ୍ତା।ଛାତର ଏକ ଅଂଶରୁ ପ୍ଲାଷ୍ଟର ଖସି ଭିତରର ଗଠନ ଦେଖାଯାଉଥିବା ବେଳେ ତଳେ ବହୁ ପରିମାଣର ଭଙ୍ଗା ଅବଶେଷ ପଡ଼ିଥିବା ଦେଖାଯାଉଛି। ଏହା ଚିକିତ୍ସାଳୟ ଭବନର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି।ମାଥିଲି ଭଳି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏହି ଚିକିତ୍ସାଳୟ ଏକ ପ୍ରମୁଖ ଚିକିତ୍ସା କେନ୍ଦ୍ର। ଏଠାକୁ ପ୍ରତିଦିନ ଅନେକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଏଭଳି ଘଟଣା ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତର ପ୍ରଶ୍ନ ଚିହ୍ନ ଲଗାଇଛି। ଜୁଲାଇ ୨୦୨୬ରେ ଜଣେ କେନ୍ଦ୍ରୀୟ ନୋଡାଲ ଅଧିକାରୀ ମଧ୍ୟ ମାଥିଲି ଅଞ୍ଚଳର ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ପ୍ରକଳ୍ପ ନିରୀକ୍ଷଣ କରିଥିଲେ।ଏଭଳି ସ୍ଥିତିରେ ଚିକିତ୍ସାଳୟର ଦୁର୍ବଳ ଅଂଶଗୁଡ଼ିକର ତୁରନ୍ତ ଯାଞ୍ଚ କରି ଆବଶ୍ୟକ ମରାମତି କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *