ମାଥିଲି ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ପକ୍ଷରୁ BEOଙ୍କୁ ଅନୁବନ୍ଧନ

ମାଲକାନଗିରି :(ତୀର୍ଥକ୍ଷେତ୍ର )ମାଥିଲି ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ପକ୍ଷରୁ BEOଙ୍କୁ ଅନୁବନ୍ଧନ ପ୍ରତିଲିପି ପ୍ରଦାନମାଥିଲି ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (AUPTF)ର ନବନିର୍ବାଚିତ କର୍ମକର୍ତ୍ତାମାନେ ଆଜି ମାଥିଲି ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ବାରୋଇଙ୍କୁ ସାକ୍ଷାତ କରି ସଂଘର ଅନୁବନ୍ଧନ ପ୍ରତିଲିପି ପ୍ରଦାନ କରିଥିଲେ। ଏହି ସମୟରେ ହେଡ୍ କ୍ଲାର୍କ ଶ୍ରୀ ଜଗବନ୍ଧୁ ବିମାରୀ ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ଏହି ଅବସରରେ ସଂଘର ସଭାପତି ଶ୍ରୀ ଆର୍.ଭି. ରମଣ, ଉପସଭାପତି ଶ୍ରୀମତୀ ଦେବକୀ ପୂଜାରୀ, ଶ୍ରୀ ସୁନୀଲ କୁମାର ଦାସ, ସମ୍ପାଦକ ଶ୍ରୀ ନରେନ୍ଦ୍ର ନିଆଲ, ଯୁଗ୍ମ ସମ୍ପାଦକ ଶ୍ରୀମତୀ ପ୍ରମିଳା କର ଓ ଶ୍ରୀ ଇନ୍ଦ୍ର ନାୟକ, ଶ୍ରୀ ଗୋପବନ୍ଧୁ ବାଙ୍କିଆ, କୋଷାଧ୍ୟକ୍ଷ ଶ୍ରୀ ଭାଗୀରଥି କୋପେ, ମିଡିଆ କୋ-ଅର୍ଡିନେଟର ଶ୍ରୀ ପଦ୍ମନାଭ ନାୟକଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା, CRCC ଏବଂ ସମ୍ମାନିତ ବରିଷ୍ଠ ଶିକ୍ଷକମାନେ ଉପସ୍ଥିତ ଥିଲେ।ସାକ୍ଷାତକାର ସମୟରେ BEO ମାଥିଲି ଶ୍ରୀ ରମେଶ ବାରୋଇ ଶିକ୍ଷକମାନଙ୍କ ସହିତ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସରଳ ଭାବରେ ଆଲୋଚନା କରିଥିଲେ। ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ସେ ଧ୍ୟାନପୂର୍ବକ ଶୁଣିବା ସହିତ ସମ୍ଭବ ହେଲେ ଶୀଘ୍ର ସମାଧାନ କରିବା ପାଇଁ ପ୍ରୟାସ କରିବେ ବୋଲି ଆଶ୍ୱାସନ ଦେଇଥିଲେ।ସେ ଶିକ୍ଷକମାନଙ୍କୁ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସଠିକ୍ ଭାବେ ପାଳନ କରିବାକୁ ପ୍ରେରଣା ଦେଇଥିଲେ। ଏଥିସହିତ ଶିକ୍ଷକମାନଙ୍କ ଆଇନସମ୍ମତ ଓ ନ୍ୟାୟସଙ୍ଗତ ସମସ୍ୟାଗୁଡ଼ିକର ସମାଧାନ ପାଇଁ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ସହଯୋଗ କରାଯିବ ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ବହୁ ଶିକ୍ଷକ ନିଜ ନିଜ ସମସ୍ୟା ଓ ଅଭିଯୋଗ BEOଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। BEO ଶ୍ରୀ ବାରୋଇ ସମସ୍ତଙ୍କ କଥା ଧୈର୍ଯ୍ୟର ସହିତ ଶୁଣିବା ସହିତ ଆବଶ୍ୟକ ପଦକ୍ଷେପ ନେଇ ସମ୍ଭବ ଶୀଘ୍ର ସମାଧାନ କରିବା ପାଇଁ ଆଶ୍ୱାସନ ଦେଇଥିଲେ।ଶେଷରେ ସଂଘର ସଭାପତି ଶ୍ରୀ ଆର୍.ଭି. ରମଣ, ଶିକ୍ଷକମାନଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ଏବଂ ସମାଧାନ ପାଇଁ ସକାରାତ୍ମକ ମନୋଭାବ ପ୍ରକାଶ କରିଥିବାରୁ BEO ମାଥିଲି ଶ୍ରୀ ରମେଶ ବାରୋଇଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ଉପସ୍ଥିତ ସମସ୍ତ ସଂଘର କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା, CRCC ଏବଂ ସମ୍ମାନିତ ବରିଷ୍ଠ ଶିକ୍ଷକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *