ଶକ୍ତିଶ୍ରୀ ପକ୍ଷରୁ ସଶକ୍ତୀକରଣ କାର୍ଯ୍ୟକ୍ରମ*

ଉଦଳା, କୁଣ୍ଡାବାଇ ସ୍ଥିତ ଆର୍.ଡି.ଏସ୍. ଡିଗ୍ରୀ ମହାବିଦ୍ୟାଳୟ ଠାରେ ଶକ୍ତିଶ୍ରୀ ଏମ୍ପାୱାର ସେଲ୍ ଦ୍ଵାରା “ପିସ୍ ୱିଦିନ ପାୱାର ୱିଦିନ: ଏ ଜର୍ଣ୍ଣି ଟୁୱାର୍ଡସ୍ ଏମ୍ପାୱାରମେଣ୍ଟ” ଶୀର୍ଷକ ଉପରେ ଏକ ସଚେତନତା ଓ ସଶକ୍ତୀକରଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି।ଏହିି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଗିରି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମନରେ ଶାନ୍ତି, ଚିନ୍ତାରେ ସକାରାତ୍ମକତା ଓ ଜୀବନରେ ଶୃଙ୍ଖଳା ଆପଣାଇବାକୁ ଉଦ୍‌ବୋଧନ ଦେଇଥିଲେ । ନିଜ ଭିତରେ ଥିବା ଶକ୍ତିକୁ ଚିହ୍ନଟ କରି ଆତ୍ମବିଶ୍ୱାସର ସହ ଜୀବନର ଲକ୍ଷ୍ୟ ହାସଲ କରିବାକୁ ସେ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉଦଳା ବ୍ରହ୍ମାକୁମାରୀ ସେଣ୍ଟରର ଇନ୍ ଚାର୍ଜ ବି.କେ. ଦମୟନ୍ତୀ ଭଉଣୀ, ବି.କେ. ସତ୍ୟବାନ ଭାଇ, ବି.କେ. ନମିତା ଭଉଣୀ ଓ ବି.କେ. ଅଞ୍ଜୁ ଭଉଣୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତି, ଧ୍ୟାନ, ଆତ୍ମଚେତନା, ସକାରାତ୍ମକ ଚିନ୍ତନ ଓ ଆତ୍ମଶକ୍ତିର ଗୁରୁତ୍ୱ ସମ୍ପର୍କରେ ପ୍ରେରଣାଦାୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ ଏଥିସହିତ ମନକୁ ଶାନ୍ତ ଓ

ସକାରାତ୍ମକ ରଖି ନିଜ ଭିତରେ ଥିବା ଶକ୍ତିକୁ ଚିହ୍ନଟ କରିପାରିଲେ ଜୀବନର ବିଭିନ୍ନ ଆହ୍ୱାନକୁ ସାହସର ସହିତ ସାମ୍ନା କରିହେବ ବୋଲି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ କୋ-ଅର୍ଡିନେଟର ତଥା ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଡ. ମମତା ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହି ଅବସରରେ ଶକ୍ତିଶ୍ରୀର ଆସିଷ୍ଟାଣ୍ଟ କୋର୍ଡିନେଟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା କବିତା ମଲ୍ଲିକ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଜୀବନରେ ଶୃଙ୍ଖଳା, ନୈତିକତା, ସମ୍ମାନ, ଦାୟିତ୍ୱବୋଧ ଓ ସକାରାତ୍ମକ ଚିନ୍ତନକୁ ଆପଣାଇବା ପାଇଁ ଉପସ୍ଥିତ ସମସ୍ତ୍ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *