ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଚାନକ ଭାବେ ବିଦ୍ୟାଳୟ ଗୁଡିକ ପରିଦର୍ଶନ ।

ମାଲକାନଗିରି ୨୨/୮/(ତୀର୍ଥକ୍ଷେତ୍ର )ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଞ୍ଜନ ପାଣିଗ୍ରାହୀ ଅଚାନକ ଭାବେ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ଯାହାକି ଆଜି ଶନିବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ର କେତେକ ବିଦ୍ୟାଳୟ ଗୁଡିକ ଯାହାକି ଦୁର୍ଗମ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡିକ ରେ କୌଣସି ସୂଚନା ନ ଦେଇ ପରିଦର୍ଶନ କରିଥିଲେ। ଶନିବାର ଦିନ ବିଦ୍ୟାଳୟ ମାନଙ୍କ ରେ ସକାଳ ସମୟ ରେ ବିଦ୍ୟାଳୟ ସ୍ତରରେ କିପରି ପାଠ ପଢା ଯାଉଛି ଏବଂ ବିଦ୍ୟାଳୟ ର ଥିବା ଉପକରଣ ଗୁଡ଼ିକର ବ୍ଯବହାର ଓ ମଧ୍ୟାହ୍ନ ଭୋଜନ ର ମାନ ମଧ୍ୟ କିପରି ରହିଛି ତାକୁ ନେଇ ଯାଞ୍ଚ କରି ଥିଲେ। ସଲପାଗୁଡା,ଶିନ୍ଧା ବେଡ଼ା,ମାଥିଲି, ଏମିତି ଅନେକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ମାନଙ୍କ ପାଠ ପଢ଼ା କୁ ନେଇ ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ ଏବଂ ଛାତ୍ର ଛାତ୍ରୀ ଓ ଅବିଭାବକ ଙ୍କ ଠାରୁ ଭଲ ଉତ୍ତର ପାଇବା ଦେଖି ଖୁସି ଅନୁଭବ କରିଥିଲେ । ଏମିତି କି ସିନ୍ଧା ବେଡ଼ା ବିଦ୍ୟାଳୟ ରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିବା ପରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଜାଗା ସମ୍ଭନ୍ଧରେ ଆଲୋଚନା କରିଥିଲେ। ତତ୍ତ୍ୱ ପରେ ସାବେରୀ ଉଚ୍ଚ ବିଦ୍ୟାଳୟ କିଆଙ୍ଗ ରେ ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ହିନ୍ଦୀ ପାଠ ପଢା ର ଅନୁଧ୍ୟାନ କରିଥିଲେ। ଶେଷରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାର୍କା ପାଲ୍ଲୀ ପ୍ରଧାନଶିକ୍ଷକ ଙ୍କ ଉପଦେଶ ଦେଇଥିଲେ ଯେ ଦ୍ରୋପ ଆଉଟ ରୋକିବା ପାଇଁ ଓ ଦଶମ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କ ଏକାଦଶ ଶ୍ରେଣୀ ରେ ନାମ ଲେଖାଇବା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇ ଥିଲେ। ବିଦ୍ୟାଳୟ ଗୁଡ଼ିକରେ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ କେବେ ରହିବାକୁ ହେବ ନାହିଁ ଓ ଶିକ୍ଷକ ମାନେ ବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ାଉ ବେଳେ ନିଜେ ପିଲାମାନଙ୍କୁ ଡାକି ବ୍ଲାକ ବୋର୍ଡ ରେ କିଛି ପ୍ରଶ୍ନର ଉତ୍ତର ଲେଖିବାକୁ କହିଥିଲେ ଓ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। ତେବେ କିଛି ବିଦ୍ୟାଳୟ ରେ ଗେଟ, ରାମ୍ପ, କାନ୍ଥ ମରାମତି ଆବଶ୍ୟକ ଥିବା ଜଣା ପଡ଼ିଛି,ତାକୁ ନେଇ ଆଗାମୀ ଅଳ୍ପ ଦିନ ଭିତରେ ଏହାର ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଓ ପ୍ରତିଦିନ ବିଦ୍ୟାଳୟ କୁ ଯେମିତି କି ସମସ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ସମୟନୁଁ ବର୍ତ୍ତିତ ଭାବେ ଆସିବେ ଏବ ସମସ୍ତେ ଛାତ୍ର ଛାତ୍ରୀ ଯେମିତିକି ପ୍ରତିଦିନ ବିଦ୍ୟାଳୟ କୁ ଆସିବେ କେହିବି ଯେମିତି ବାଦ ପଡିବେ ନାହିଁ ବୋଲି ପ୍ରଧାନ ଶିକ୍ଷକ ମାନଙ୍କୁ କଢ଼ା କୋଡ଼ିଭାବେ ଉପଦେଶ ଦେଇ ଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଞ୍ଜନ ପାଣିଗ୍ରାହୀ l

Leave a Reply

Your email address will not be published. Required fields are marked *