ରାଜସ୍ଥାନର ମହିଳା ପର୍ଯ୍ୟଟକଙ୍କ ଅସୁସ୍ଥତା ପରେ ମୃତ୍ୟୁ

ରାଜସ୍ଥାନର ମହିଳା ପର୍ଯ୍ୟଟକଙ୍କ ଅସୁସ୍ଥତା ପରେ ମୃତ୍ୟୁ l ରାଜସ୍ଥାନରୁ ପୁରୀ ଓ କୋଣାର୍କ ଭ୍ରମଣରେ ଆସିଥିବା ଜଣେ ମହିଳା ପର୍ଯ୍ୟଟକଙ୍କର ଆଜି ଅସୁସ୍ଥତା ପରେ ମୃତ୍ୟୁ ଘଟିଛି।ମୃତକ ମହିଳା ହେଲେ ବର୍ଷା ଗୁପ୍ତା (୪୪), ସ୍ୱାମୀ– ବିପିନ ଗୁପ୍ତା, ରାଜସ୍ଥାନ। ସୂଚନା ଅନୁଯାୟୀ, ଆଜି ପ୍ରାୟ ସକାଳ ୧୧ଟା ସମୟରେ ହୋଟେଲ ପାରାଡାଇଜ୍‌ରେ ରହୁଥିବା ବେଳେ ବର୍ଷା ଗୁପ୍ତା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିବା ଜଣାପଡ଼ିଥିଲା। ହୋଟେଲର କିଛି କର୍ମଚାରୀ ଏବଂ ସାଥୀମାନଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପ୍ରାଥମିକ ସୂଚନା ଅନୁଯାୟୀ, ରାଜସ୍ଥାନରୁ ପ୍ରାୟ ୧୨ରୁ ୧୪ ଜଣ ପର୍ଯ୍ୟଟକ ଏକାଠି ପୁରୀ ଆସିଥିଲେ। ବର୍ଷା ଗୁପ୍ତାଙ୍କ ଅସୁସ୍ଥତା କାରଣରୁ ସେ ହୋଟେଲରେ ବିଶ୍ରାମ ନେଇଥିବା ବେଳେ ତାଙ୍କ ସାଥୀମାନେ କୋଣାର୍କ ମନ୍ଦିର ପରିଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ଘଟଣାଟି ଘଟିଥିଲା। ଘଟଣା ସମ୍ପର୍କରେ କୁମ୍ଭାରପଡ଼ା ଥାନା ପୋଲିସ ପକ୍ଷରୁ ଏକ କେଶ ୩୪/୨୬ କରି ତଦନ୍ତ ଆରମ୍ଭ କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଓ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *