ପବିତ୍ର ବଳଭଦ୍ର ଜନ୍ମ ଓ ଗହ୍ମା ପୂର୍ଣ୍ଣିମା କେଉଁ ଦିନ ପାଳିବେ ସାଧାରଣ ଲୋକ… ?
କେବେ ପାଳନ କରିବେ ଗହ୍ମା ପୂର୍ଣ୍ଣିମା ଏବଂ ବଳଭଦ୍ର ଜନ୍ମ। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଲାଗି ରହିଛି ଦ୍ଵନ୍ଦ। ତେବେ ଆସନ୍ତା ୨୮ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳଭଦ୍ର ଜନ୍ମ, ରାକ୍ଷୀ ଲାଗି ନୀତି ଏବଂ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ। କିନ୍ତୁ ସାଧାରଣ ଲୋକ କେବେ ଗହ୍ମା ପୂର୍ଣ୍ଣିମା ପାଳନ କରିବେ ତାକୁ ନେଇ ଦ୍ବନ୍ଦରେ ପଡିଛନ୍ତି। ଏହି ଦ୍ଵନ୍ଦକୁ ଦୂର କରିଛନ୍ତି ବରିଷ୍ଠ ପଞ୍ଜିକାର ହରିଶଙ୍କର ମିଶ୍ର। ହରିଶଙ୍କର ମିଶ୍ର କହିଛନ୍ତି ଆସନ୍ତା ୨୭ ତାରିଖରେ ସାଧାରଣ ଲୋକେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ। ସକାଳ ୯ ଟା ୯ ରୁ ୨୮ ତାରିଖ ୯ ଟା ୪୯ ଯାଏଁ ପୂର୍ଣ୍ଣମୀ ତିଥି ରହୁଛି। ଏଣୁ ୨୭ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ କହିଛନ୍ତି ପଞ୍ଜିକାର। ୨୮ ତାରିଖରେ ଉଦୟ ବ୍ୟାପୀ ନୀତି ଯୋଗୁଁ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ଓ ରାକ୍ଷୀ ଲାଗି ପାଳନ କରାଯିବ।ବାଇଟ୍-ହରିଶଙ୍କର ମିଶ୍ର,, ପଞ୍ଜୀକାର ବା ଜ୍ୟୋତିର୍ବିଦଭିଓ- ସେପଟେ ଚଳିତବର୍ଷ ମୁକ୍ତିମଣ୍ଡପ ପକ୍ଷରୁ ସ୍ୱୀକୃତି ପଞ୍ଜିକାରେ ରହିଛି ଅଗଷ୍ଟ ୨୭ରେ ରକ୍ଷା ବନ୍ଧନ ଓ ବଳଦେବ ଜନ୍ମ। ଆଉ ଅଗଷ୍ଟ ୨୮ରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ଓ ସୁଦର୍ଶନଙ୍କ ଆଶ୍ରମ ବିଜେ ରହିଛି। ଆଉ ମହାପ୍ରଭୁଙ୍କ ରାକ୍ଷୀ ଲାଗି ନୀତି ଅଗଷ୍ଟ ୨୮ରେ ହେବ।

ଶ୍ରୀମନ୍ଦିରରେ ଉଦୟ ପର୍ବକୁ ନେଇ ନୀତି ହେବାର ବିଧି ରହିଥିବାରୁ ଶ୍ରୀମନ୍ଦିର ବଳଭଦ୍ରଙ୍କ ଜନ୍ମ ନୀତି ହେବ। ତେଣୁ ଅଗଷ୍ଟ ୨୭ରେ ରକ୍ଷା ବନ୍ଧନ ପାଳନ କରନ୍ତୁ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଶ୍ରୀମନ୍ଦିର ନୀତିକାନ୍ତି ଅନୁଯାୟୀ ରକ୍ଷାବନ୍ଧନ ପର୍ବ ପାଳିବାକୁ ଅର୍ଥାତ ଅଗଷ୍ଟ ୨୮ ତାରିଖରେ ରକ୍ଷାବନ୍ଧନ ପର୍ବ ପାଳିବାକୁ କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା। ଉତ୍କଳରେ ଥିବା ପ୍ରତ୍ୟକ ଘରର ଭଉଣୀ ମାନେ ଅଗଷ୍ଟ ୨୮ ତାରିଖରେ ଶ୍ରୀମନ୍ଦିର ନୀତିକୁ ପାଥେୟ କରି ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ରଥଶର୍ମା,ଗବେଷକଫାଭିଓ- ପ୍ରତ୍ୟକଟି ଓଡିଆ ଶ୍ରୀମନ୍ଦିରରେ ଅନୁଷ୍ଠିତ ପର୍ବପର୍ବାଣି ଅନୁଯାୟୀ ଘରେଘରେ ପର୍ବପର୍ବାଣି ପାଳନ କରିଥାନ୍ତି। ତେଣୁ ଶ୍ରୀମନ୍ଦିରରେ ଅଗଷ୍ଟ ୨୮ ତାରିଖରେ ମହାପ୍ରଭୁଙ୍କ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ସେହି ୨୮ ତାରିଖରେ ଭଉଣୀ ଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି l
ଶ୍ରୀଯୁକ୍ତ ହରିଶଙ୍କର ମିଶ୍ର
ବରିଷ୍ଠ ଜ୍ୟୋର୍ତିବିଦ୍
