ସମାଜର ଅଭିବୃଦ୍ଧିରେ ସାହିତ୍ୟର ଭୂମିକା ଅତୁଳନୀୟ
ସମାଜର ଅଭିବୃଦ୍ଧିରେ ସାହିତ୍ୟର ଭୂମିକା ଅତୁଳନୀୟ
ଜ଼ିଲ୍ଲାସ୍ତରୀୟ ଯୁବ ଲେଖକ ସମିଳନୀ ଅନୁଷ୍ଠିତ
ପୁରୀ – ସମତା ସାହିତ୍ୟ ସମିତି ପୁରୀ ଆନୁକୂଲ୍ୟରେ ସମାଜର ଅଭିବୃଦ୍ଧିରେ ସାହିତ୍ୟର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଓଡିଶା ସଂଗୀତ ପରିଷଦରେ ଅନୁଷ୍ଠିତ ହୋଇଥିଲା ସମିତିର ସଭାନେତ୍ରୀ ପ୍ରତିଭା ତ୍ରିପାଠୀ ଆଲୋଚନା ଚକ୍ରରେ ଅଧକ୍ଷତା ଅନୁଷ୍ଠିତ ହୋଇଥିଲା
ପ୍ରାରମ୍ଭରେ ସାମ୍ବାଦିକ ଲଷ୍ମୀ ନାରାୟଣ ପଟ୍ଟନାୟକ ଆଲୋଚନା ର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ଶିକ୍ଷାବିତ ବିଜୟ କୁମାର ପଣ୍ଡା ସ୍ୱାଗତ ସଂଗୀତ ଉପସ୍ଥାପନା କରିଥିଲେ
ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଭାତ ଚନ୍ଦ୍ର ରଥ ଯୋଗଦେଇ କହିଲେ ସମାଜର ଅଭିବୃଦ୍ଧିରେ ସାହିତ୍ୟର ଅଗ୍ରଣୀ ଭୂମିକା ରହିଛି । ସାହିତ୍ୟ ହିଁ ସଭ୍ୟତାର ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ଡ଼ ପ୍ରମୋଦ କୁମାର ଦଳାଇ ଯୋଗଦେଇ କହିଲେ ସାହିତ୍ୟ ହୋଉଛି ସମାଜର ଦର୍ପଣ ଏବଂ ସାହିତ୍ୟ ଯୁଗେ ଯୁଗେ ସମାଜରେ ପରିବର୍ତ୍ତନ ଆଣିବା ସହ ବୈପ୍ଳବିକ ଚେତନା ଜାଗ୍ରତ କରିଛି । ସମ୍ମାନୀତ
ଅତିଥିଭାବେ ଅଧ୍ୟାପକ ଅଶୋକ କୁମାର ମିଶ୍ର, ବରିଷ୍ଠ ଆଇନୀଜୀବି ବିନୟ ନୃସିଂହ ମହାପାତ୍ର ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଲେଖିକା ସର୍ବାଣି ଦାସଙ୍କ ସଂଯୋଜନାରେ ଆୟୋଜିତ
ଆଲୋଚନା ଚକ୍ରରେ ଅଧ୍ୟାପିକା ପଙ୍କଜିନୀ ପଣ୍ଡା,ଛାତ୍ରୀ ରୁପାଲୀ ବେହେରା, ସୋନାଲି ସାହୁ,
ସୌମ୍ୟରଞ୍ଜନ ମଲ୍ଲିକ,ଅର୍ପିତା ପ୍ରିୟଦର୍ଶିନୀ ଜେନା,ଅଭିନାଶ ମହାରଣା, ରଶ୍ମିତା ବରାଳ, ରାଜଲଷ୍ମୀ ଦେଇ,ସୌମ୍ୟଜିତ ପ୍ରଧାନ, ଆଦିତ୍ୟ ଅଜିତ ମହାପାତ୍ର, ସୁରେଶ କୁମାର ପଟ୍ଟନାୟକ, ପ୍ରତିଭା ଦାଶ, ବିପିନ ଦଳାଇ । ଏହି ଅବସରରେ ଯୁବ ସଂଗଠକ ଓଁକାର ଦାଶ ଓ ଯୁବ ସାହିତ୍ୟିକା ରୂପାଲି ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବଂ ପୁରୀର ବରିଷ୍ଠ ଲେଖିକା କୁନ୍ତଳା କୁମାରୀ ମିଶ୍ରଙ୍କ ଆତ୍ମାର ସଦଗତି କାମନାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ସନ୍ଦୀପ କର୍ମକାର, ତପନ ସେଠୀ
ପରିଶେଷରେ ଶିକ୍ଷାବିତ୍ କ୍ରିଷ୍ଣା ମହାପାତ୍ର । ଧନ୍ୟବାଦ ପ୍ରଦାନ କରିଥିଲେ
