ଚକ୍ଷୁଦାନ ସଚେତନତା

ଅଖିଳ ଭାରତୀୟ ମାରୁୱାଡୀ ମହିଳା ସମିତି ପକ୍ଷରୁ ଚକ୍ଷୁଦାନ ସଚେତନତା ଉଦେଶ୍ୟରେ ଚୋରଦା ବାଇପାସ ଛକ ଉତ୍କଳ ସେଣ୍ଟ୍ରାଲ ପଏଣ୍ଟ ରୁ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମଣିଷକୁ ଆଲୋକ ଦେଖାଇଥାଏ ଚକ୍ଷୁ l ଯେଉଁ ମଣିଷର ଚକ୍ଷୁ ନଥାଏ ତାର ଜୀବନ ଅନ୍ଧାରମୟ ହେଇଯାଏ l ଏଭଳି ଲୋକଙ୍କୁ ସହଯୋଗ କରିବା ସହିତ ଚକ୍ଷୁ ଦାନ କରିବା ଉଦେଶ୍ୟରେ ଯାଜପୁର ରୋଡ଼ ଅଖିଳ ଭାରତୀୟ ମାରୁୱାଡୀ ମହିଳା ସମିତି ପକ୍ଷରୁ ଆରମ୍ଭ ହେଇଛି ପ୍ରୟାସ l ଏହି ଅବସରରେ ଆଜି ମାରୁୱାଡୀ ମହିଳା ସମିତି ଜିଲ୍ଲା ଶାଖାର ଅଧ୍ୟକ୍ଷା କିରଣ ମସ୍କରା ଓ ସଚିବ କବିତା ଅଗ୍ରୱାଲଙ୍କ ନେତୃତ୍ୱରେ ବ୍ୟାସନଗର ସ୍ଥିତ ଉତ୍କଳ ସେଣ୍ଟ୍ରାଲ ପଏଣ୍ଟ ରୁ ନନ୍ଦରାମ ବଟିକା ପର୍ଯ୍ୟନ୍ତ ଜନ ସାଧାରଣଙ୍କୁ ସଚେତନତା କରିବା ଉଦେଶ୍ୟରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଶୋଭାଯାତ୍ରାରେ କୋଷାଧ୍ୟକ୍ଷ କବିତା ଭର୍ତିଆ, ଉମା ବାଗଡି, ରଶ୍ମି ଝବର, ପୂଜା ଝବର, ସାନ୍ତୋଶ ଝବର, ସରିତା ବାଗଡି, ସୁଷମା ଗୁପ୍ତା, ବୀଣା ଓସୱାଲ, ଉସା ଡାଗା, କୋମଲ ଜୈନ, ଭାବନା ମୁଣ୍ଡ୍ରା, ଅଞ୍ଜୁ ଜିନ୍ଦଲ ଓ ନେହା ସେଠୀଆ ଙ୍କ ସମେତ ସମିତିର ସମସ୍ତ ସଦସ୍ୟା ଓ ଛାତ୍ର ଛାତ୍ରୀ ମାନେ ଯୋଗାଦେଇ ସାଇକେଲ ଚଳାଇ ଚକ୍ଷୁଦାନ ପାଇଁ ରାସ୍ତାରେ ଯାଉଥୁବା ଲୋକଙ୍କୁ ସଚେତନତା କରିଛନ୍ତି l

Leave a Reply

Your email address will not be published. Required fields are marked *