ପୋଲିସ ଆଇନ ୩୦ ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର।
ପୁରୀ ୨୮/୮ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦିବ୍ୟ ଜ୍ୟୋତି ପରିଡା ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରା ଯାଇଛି।ଏହା ଅଗଷ୍ଟ ୨୦ ତାରିଖ ଠାରୁ ନଭେମ୍ବର ୧୭ ତାରିଖ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମହାନଗର ନିଗମ, ପିପିଲି, କୋଣାର୍କ ଓ ନିମାପଡା ଏନ ଏ ସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାର କୁ ବେଆଇନ ଘୋଷଣା କରାଯାଇଛି ବୋଲି ଏସ ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
