ଆଧ୍ୟାତ୍ମିକ ଭାବଭକ୍ତିରେ ପାଳିତ ହେଲା ଝୁଲଣ ଉତ୍ସବ
କୋଣାର୍କ – କୋଣାର୍କ ନିକଟସ୍ଥ ଓଟାଙ୍ଗ ଗ୍ରାମରେ ଥିବା ପ୍ରସିଦ୍ଧ କଳାବୁଦା ଗାଦିରେ ପବିତ୍ର ଝୁଲଣ ଉତ୍ସବ ମହା ଆଡ଼ମ୍ବରରେ ଆଧ୍ୟାତ୍ମିକ ଭାବଭକ୍ତିରେ ପାଳିତ ହୋଇଯାଇଛି। ମଠାଧୀଶ ବାବାଜୀ ସୀତାରାମ ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ଏହି ଉତ୍ସବ ୭ଦିନ ଧରି ଚାଲିଥିଲା। ଶ୍ରାବଣ ମାସର ମୌସୁମୀ ବର୍ଷା ଧାରାରେ ଆଧ୍ୟାତ୍ମିକ ଓ ଭାବାତ୍ମକ ପ୍ରେମର ଭାବ ନେଇ ଶ୍ରଦ୍ଧାଳୁ ମାନେ ଏହି ଝୁଲଣ ଉତ୍ସବ ପାଳନ କରାଯାଏ । ସୁସଜ୍ଜିତ ଦୋଳାୟମାନ ବିମାନରେ ପ୍ରେମ ଓ ଭକ୍ତିର ପ୍ରତୀକ ପ୍ରଭୂ ଶ୍ରୀକୃଷ୍ଣ ଓ ରାଧା ଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧାଳୁ ମାନେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଦୋଳାୟମାନ ଝୁଲାରେ ଅବସ୍ଥାନ କରିଥିବା ରାଧା କୃଷ୍ଣ ଙ୍କୁ ଝୁଲାଇ ଥାଆନ୍ତି।

ନିଜର ଭାବ ଭକ୍ତି ସହ ନିଜର ମନୋ କାମନା ପୂରଣ ପାଇଁ ଏଠାରେ ପ୍ରାର୍ଥନା କରନ୍ତି। ଏଠାରେ ପ୍ରତିଦିନ ସଂଧ୍ୟାରେ ଭଜନ, ଜଣାଣ, ସଂକୀର୍ତ୍ତନ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ଯାହା ପ୍ରତିଟି ସନ୍ଧ୍ୟା ବେଶ ଭାବ ଭକ୍ତି ଓ ଆଧ୍ୟାତ୍ମିକ ବାର୍ତ୍ତା ବହନ କରିଥିଲା। ଏହି ଉତ୍ସବକୁ ସହଯୋଗ କରିଥିବା କିଛି ବୈଦାନ୍ୟ ବ୍ୟକ୍ତି ବିଶେଶ ମାନଙ୍କୁ ଆଶ୍ରମ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ବାବା ପିଣ୍ଟୁ ଦାସ, ପଣ୍ତିତ କୈଳାସ ଚନ୍ଦ୍ର ମିଶ୍ର, ଶିବରାମ ପ୍ରଧାନ, ସଙ୍କେତ ବେଉରା, ଦିଲୀପ ବିଶ୍ବାଳ, ନରହରି ଦଳାଇ, ସପ୍ନେଶ୍ୱର ଦଳାଇ, ଉମାକାନ୍ତ କୁଅଁର, କାଳନ୍ଦୀ ସ୍ବାଇଁ, ଜ୍ଞାନ ଚନ୍ଦ୍ର ସ୍ବାଇଁ, ମଙ୍ଗରାଜ ପାଢ଼ୀ, ବିଶ୍ୱଜିତ୍ ସ୍ବାଇଁ, ବିଶ୍ଵନାଥ ନାୟକଙ୍କ ସହ ସ୍ଥାନୀୟ ଓଟାଙ୍ଗ ଓ ନିକଟ ଗ୍ରାମବାସୀ ମାନେ ମିଳିତ ଭାବେ ସହଯୋଗ କରିଥିଲେ।
