ବ୍ୟାସନଗର ପବ୍ଲିକ୍ ସ୍କୁଲ ପ୍ରତିଷ୍ଠାତାଙ୍କ ଜୟନ୍ତୀରେ ରକ୍ତଦାନ ଶିବିର ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ

**ଯାଜପୁର ଜିଲ୍ଲା ବ୍ୟାସନଗର ସହରର ସ୍ଥାନୀୟ ବ୍ୟାସନଗର ପବ୍ଲିକ୍ ସ୍କୁଲ ପ୍ରତିଷ୍ଠାତା ସ୍ବର୍ଗତ କଳ୍ପତରୁ ସାହୁଙ୍କ ୮୬ତମ ଜୟନ୍ତୀରେ ବ୍ୟାସନଗର ପବ୍ଲିକ୍ ସ୍କୁଲ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ତ. ଦେବସ୍ଥିତା ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଶିବିରକୁ ପ୍ରତିଷ୍ଠାତାଙ୍କ ପତ୍ନୀ ଆରଦ୍ରାମଣି ମହାପାତ୍ର ଉଦ୍‌ଘାଟନ କରିଥିଲେ | ପ୍ରିନ୍ସିପାଲ ଡ. ଦେବସ୍ମିତା ସାହୁ, ସ୍କୁଲ ସଭାପତି ଭାରତ ଭୂଷଣ ଦେଓ, ନଗରପାଳ ସୁବାସ ଚନ୍ଦ୍ର ବଳ, ଜିଲ୍ଲା ଟିକସ ଓକିଲ ସଂଘ ସଭାପତି ବିବେକାନନ୍ଦ ମହନ୍ତି, ପୂର୍ବତନ ଅଧ୍ୟକ୍ଷା ବନ୍ଦିତା ପରିଡ଼ା, ସବିତା ରାଉତ, ବିଜେପି ନେତା ସତ୍ୟନାରାୟଣ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ନାୟକ, ସୌରଭମୟ ଦାସ, ଡଃ ପ୍ରସନ୍ନଜିତ କର, ପୁନ୍ ପୁନ୍ ମହାନ୍ତି, ସୁଭସ୍ମିତା ପାଣିଗ୍ରାହୀ, ଅମ୍ଳାନ ଆନନ୍ଦ, ଶୁଭମ ଦେଓ ଏବଂ ସ୍ମିତା ସାହୁ ଯୋଗ ଦେଇଥିଲେ l ଉକ୍ତ ଶିବିରରୁ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ଅବସରରେ ଏକ ସ୍ମୃତିଚାରଣ ସଭା ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଯାଇଛି | ତେବେ ଏହି କାର୍ଯ୍ୟକ୍ରମ କୁ ସ୍କୁଲର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *