ସମ୍ଭବାମି ଯୁଗେ ଯୁଗେ “
“ସମ୍ଭବାମି ଯୁଗେ ଯୁଗେ “
ରଜନୀକାନ୍ତ ରଥ, ରାଜନଗର
ଚାରି ଯୁଗେ ଜନ୍ମିଛ ପ୍ରଭୁ ନାନା ଅବତାରେ।
ସନ୍ଥ କୁ ତlରିଛ ଦୁଷ୍ଟକୁ ନlଶିଛ
ଧର୍ମକୁ ସ୍ତାପିଛ ଅଧର୍ମ ନlଶିଛ
ନାନା ଅବତାର ନେଇ ଦୁଷ୍ଟ କୁ ମାରିଛ।
ରୋହିଣୀ ବୃଷ ରେ ତୁମେ ଜନମ
ଲଭିଲ।
କଂସାସୁର ବିନାଶ କରିଲ
ପୁତନା ନାସିଲ , ଅଘା, ବକା ଓ ସକଟା ମାରିଲ।
ଗୋପୀ ଗୋପାଙ୍ଗନl ମେଳେ
ଲୀଳା ଖେଳା କଲ।
ତୁମର ଲୀଳାକୁ କିଏ ବା କଳିବ
ଲୀଳାମୟ ମହାପ୍ରଭୂ ଦେବକୀନନ୍ଦନ ତୁମରି ପୟ ରେ
କରୁଛି ଜଣାଣ ଦିଅ ମୋତେ
ଶୁଭ ବୁଦ୍ଧି ଦିଅ ଦିବ୍ୟ ଜ୍ଞାନ।
ତୁମ ନାମ ଜପି ଜପି ଯାଉ ଏ ଜୀବନ।ତୁମରି ପାଦ ପଦ୍ମ ରେ
ଦିଅ ମୋତେ ସ୍ଥାନ। ଏତିକି ଜଣାଣ ମୋର ତୁମରି ପୟରେ ।
