ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର ୩୦.୦୮.୨୦୨୬ଦରମା ଓ ଭତ୍ତା ସମ୍ପର୍କିତ ପାର୍ଲାମେଣ୍ଟ ଯୁଗ୍ମ କମିଟି ଭୁବନେଶ୍ୱର ଗସ୍ତରେ ଆସିଥିବାବେଳେ ଆଜି ପ୍ରଥମେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଓ ଅଧିକାରୀମାନଙ୍କ ସହ ପୃଥକ ପୃଥକ ଭାବେ ଓଡ଼ିଶା ବିଧାନସଭା ସଦସ୍ୟମାନଙ୍କର ଦରମା ଓ ଅନ୍ୟାନ୍ୟ ଭତ୍ତା ସହ ପୂର୍ବତନ ବିଧାୟକମାନଙ୍କର ପେନ୍‌ସନ୍‌ ଓ ଭତ୍ତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଓଡ଼ିଶାର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ପାଇଁ ସଂସଦ ଓ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା, ଭତ୍ତା ଓ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ମଧ୍ୟ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିବା ସହ ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କୁ ମିଳୁଥିବା ଦରମା ଓ ଭତ୍ତାର ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଯୁଗ୍ମ କମିଟି ଅନୁଭବ କରିଥିଲେ । କମିଟିର ଅଧ୍ୟକ୍ଷ ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ ସମେତ ସାଂସଦ ବିଜୟ କୁମାର ଦୁବେ, ବୀଣା ଦେବୀ, କେ. ଗୋପୀନାଥ, ବାବୁ ସିଂ କୁଶୱାହା, ରିଚାର୍ଡ ଭାମିଲାହମନଙ୍ଗିଆଙ୍କ ସହ ସଂସଦର ନିର୍ଦ୍ଦେଶକ ଭଟଶାଳା ଜୋଷୀ ପ୍ରମୁଖ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି ।ବିଭୂତି ନାୟକଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *