ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

ପୁରୀ:୫/୯: ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ ଛାତ୍ର -ଶିକ୍ଷକ-ଅଭିଭାବକ ସମନ୍ୱୟ ସମିତି ଏବଂ ସମଗ୍ର ଶିକ୍ଷା, ପୁରୀଙ୍କ ସହଯୋଗରେ ଗୁରୁଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା – ଜିଲ୍ଲାପାଳ, ପୁରୀ, ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ଭଗବାନ ସୁଆର, ବିଶିଷ୍ଟ ଅତିଥି ଡକ୍ଟର ସୈଭାଗ୍ୟ(souvagya) କୁମାର ସାହୁ- ପ୍ରାକ୍ତନ ଅଧ୍ୟକ୍ଷ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, ମୁଖ୍ୟ ବକ୍ତା ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ-ପ୍ରାକ୍ତନ ନିର୍ଦେଶକ ଓଡ଼ିଆ ଭାଷା ପ୍ରତିଷ୍ଠାନ, ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ -କୁଳପତି ଓଡ଼ିଆ ବିଶ୍ୱବିଦ୍ୟାଳୟ, ଛାତ୍ର ପ୍ରତିନିଧି ସାଦ୍ୟାନ୍ତ ଶତପଥୀ ଯୋଗଦେଇ ଗୁରୁଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅନୁଷ୍ଠାନର ଶୁଭ ଉଦଘାଟନ କରାଯାଇଥିଲା। ପରେ ପରେ ଓଡ଼ିଶା ସଂଗୀତ ପରିଷଦର କଣ୍ଠଶିଳ୍ପୀମାନେ ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶନାରେ ବୃନ୍ଦଗାନ ପରିବେଷଣ କରିଥିଲେ। କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ସମ୍ପାଦକ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ସମନ୍ୱୟ’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡାକ୍ତର ଅଭିମନ୍ୟୁ ଭୂୟାଁ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀମତୀ ପୈ। ର୍ଣ୍ଣମାସୀ (pournanasi)
ଦେବୀ, ଶ୍ରୀମତୀ ରାଜକୁମାରୀ ଜେମା, ଶ୍ରୀଯୁକ୍ତ ଗୈ।ରାଙ୍ଗ ଚରଣ ଖୁଣ୍ଟିଆଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ଶିବ ସୁନ୍ଦର ମିଶ୍ର। ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ମହାଂତି, ସୁକାନ୍ତ ପଣ୍ଡା, ଅନ୍ନପୂର୍ଣ୍ଣା ଦେବୀ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ରାଧାନାଥ ତ୍ରିପାଠୀ, ଆଶାଲତା ପ୍ରଧାନ, ଗୋବିନ୍ଦ ଦାସ ଘୋଷ, ବିପିନ ବିହାରୀ ଦଳାଇ, ପ୍ରମୋଦ କୁମାର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍ସବର ଅବ୍ୟବହିତ ପୂର୍ବରୁ ଅପରାହ୍ଣ ୪ଟାରେ ଏକ ମନୋଜ୍ଞ କବିତାପାଠ ଆୟୋଜିତ ହୋଇଥିଲା। ଏହି ଆସରରେ ଶିବ ସୁନ୍ଦର ମିଶ୍ର ସଭାପତିତ୍ବ କରିଥିବା ବେଳେ ଡ଼ାକ୍ତର ପ୍ରମିଲ କୁମାର ନନ୍ଦ, ଡକ୍ଟର ଦିଲ୍ଲୀପ କୁମାର ସେନାପତି ଏବଂ ବିପିନ ବିହାରୀ ଦଳାଇ ଅତିଥି ଭାବରେ ମଞ୍ଚାସୀନ ଥିଲେ। କବିତା ସଂଯୋଜନା କରିଥିଲେ ମୀରା ମହାନ୍ତି ଏବଂ ରୋଜାଲିନ ପଣ୍ଡା। ଏହି ଆସରରେ ଯୋଗେନ୍ଦ୍ର ସାହୁ, ଅନ୍ନପୂର୍ଣ୍ଣା ଦେବୀ, ଉଷାରାଣୀ ଓଝା, ବିଜୟ କୁମାର ପରିଡ଼ା, ଯୋଗେଶ୍ଵର ପ୍ରହରାଜ, ଅଭିମନ୍ୟୁ ରାୟଗୁରୁ, ଚାରୁଲତା ମିଶ୍ର, ଦୀନବନ୍ଧୁ ପଣ୍ଡା, ଭାଗୀରଥି ମହନୀ, ସୁବାସ ଚନ୍ଦ୍ର ମିଶ୍ର, କାଶୀନାଥ ଖୁଣ୍ଟିଆ, ରାଧାକୃଷ୍ଣ ପ୍ରଧାନୀ, କନକ ଦାସ, ସ୍ୱାତୀସୁଚରିତା ଦାଶ, ସୈ।ମ୍ୟରଞ୍ଜନ ମଲ୍ଲିକ, ହରେକୃଷ୍ଣ ସାହୁ, ବିଶ୍ୱମ୍ଭର ସାହୁ ପ୍ରମୁଖ ଗୁରୁଦିବସ ସଂପର୍କିତ ସ୍ୱରଚିତ କବିତା ପାଠ କରିଥିଲେ।

Leave a Reply

Your email address will not be published. Required fields are marked *